କଫସିରପ ଜବତ, ୧ ଗିରଫ
ପୁରୀ : କଫସିରପ ବେଆଇନ ଭାବେ ବିକ୍ରି କରୁଥିବା ଅଭିଯୋଗରେ ସମୁଦ୍ରକୂଳ ଥାନା ବାଲିନୋଳିଆ ସାହିର ସୁନୀଲ ନାଇଡ଼ୁ ଓରଫ ପିଣ୍ଟୁ(୨୬)କୁ ଗିରଫ କରିଛି କୁମ୍ଭାରପଡ଼ା ଥାନା ପୁଲିସ । ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ଏଏସ୍ଆଇ ଶିବରାମ ପାଣିଙ୍କ ସହ ଏକ ପୁଲିସ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ରେଲୱେ ଷ୍ଟେସନ ଗରୁଡ଼ ଛକ ନିକଟରେ ଜଣେ ଯୁବକ କାଶ ସିରପ ବିକ୍ରି କରୁଥିବା ସଂପର୍କରେ ସୂଚନା ମିଳିଥିଲା । ଖବର ପାଇ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସୁନୀଲ ନାଇଡ଼ୁକୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ଆସାମୀ ଠାରୁ ୯୮ବୋତଲ କଫସିରପ ଜବତ କରାଯାଇଛି । ସୁନୀଲ ବିରୋଧରେ ପୂର୍ବରୁ କୁମ୍ଭାରପଡ଼ା ଥାନା, ଟାଉନଥାନା ଓ ସମୁଦ୍ରକୂଳ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି ।