ସଚେତନତା କାର୍ଯ୍ୟକ୍ରମ

 ଭଦ୍ରକ : ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ ବନ୍ଧଗାଁ ଗ୍ରାମପଞ୍ଚାୟତରେ କେନ୍ଦ୍ର ସରକାର ଏବଂ ରାଜ୍ୟସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଳୋକ ରଥ ପରି·ଳନା କରିଥିଲେ । କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରମ ବିଭାଗ କାର୍ଯ୍ୟାଳୟ ଦ୍ୱାରା ମୃତୁ୍ୟକାଳୀନ, ଶିକ୍ଷା, ବିବାହ ପାଇଁ ୭ଜଣ ହିତାଧିକାରୀ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଦ୍ୱାରା ୩ଜଣ ହିତାଧିକାରୀଙ୍କୁ ବିଧବା ଭତ୍ତା ଏବଂ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଆଯାଇଥିଲା । ଅତିଥି ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ସହାୟକ ଅଧିକାରୀ ସୁବାଷ ଚନ୍ଦ୍ର ନାୟକ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୌମ୍ୟଜିତ୍ ବେହେରା, ସହାୟକ ଶ୍ରମ ଅଧିକାରୀ ସଞ୍ଜିତ୍ ଦେଓ, ତାପସ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।