ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ :  ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଶସ୍ତା ଏଲପିଜି ଯୋଜନାକୁ ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ, ୧୨,୦୦୦ କୋଟି ମଞ୍ଜୁର କରାଯାଇଛି। ସରକାର ଏଲପିଜି ସବସିଡି ପାଇଁ ମୋଟ ୩୦,୦୦୦ କୋଟି ମଞ୍ଜୁର କରିଛନ୍ତି, ଯାହା ଦାରା ଉଜ୍ଜ୍ୱଳା ହିତାଧିକାରୀମାନେ ସବସିଡି ହାରରେ ସିଲିଣ୍ଡର ପାଇବା ଜାରି ରଖିପାରିବେ। ଏହା ସହିତ, ବୈଷୟିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ୪୨୦୦ କୋଟି ଟଙ୍କାର ବଜେଟ ଅନୁମୋଦନ କରାଯାଇଛି। ଏହା ଇଞ୍ଜିନିୟରିଂ ଏବଂ ପଲିଟେକ୍ନିକ କଲେଜଗୁଡ଼ିକୁ ଲାଭଦାୟକ କରିବ। ଏହି ନିଷ୍ପତ୍ତିଗୁଡ଼ିକ ସାଧାରଣ ଜନତା, ବିଶେଷକରି ଗରିବ ଏବଂ ଗ୍ରାମୀଣ ପରିବାରକୁ ଆଶ୍ୱସ୍ତି ପ୍ରଦାନ କରିବ। ଏହା ସହିତ, ଯୁବପିଢ଼ି ବୈଷୟିକ କ୍ଷେତ୍ରରେ ଉତ୍ତମ ଶିକ୍ଷା ଏବଂ ନିଯୁକ୍ତି ସୁଯୋଗ ପାଇବେ। ଏହା ବ୍ୟତୀତ, ଆସାମ ଏବଂ ତ୍ରିପୁରା ପାଇଁ ୪,୨୫୦ କୋଟିର ଏକ ସ୍ବତନ୍ତ୍ର ବିକାଶ ପ୍ୟାକେଜ ମଧ୍ୟ ମଞ୍ଜୁର କରାଯାଇଛି। ମାରକନମ-ପୁଡୁଚେରୀ ମଧ୍ୟରେ ୪ ଲେନ ବିଶିଷ୍ଟ ରାଜପଥ ପାଇଁ ୨,୧୫୭ କୋଟି ମଞ୍ଜୁର କରାଯାଇଛି।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ମଧ୍ୟବିତ୍ତ ବର୍ଗର ଲୋକମାନେ ସୁଲଭ ମୂଲ୍ୟରେ ଏଲପିଜି ଗ୍ୟାସ ପାଇପାରିବେ ତାହା ନିଶ୍ଚିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ୩୦,୦୦୦ କୋଟି ଟଙ୍କାର ସବସିଡିକୁ ଅନୁମୋଦନ କରିଛି। ବର୍ତ୍ତମାନର ବିଶ୍ୱ ରାଜନୀତି ଯୋଗୁଁ, ଗ୍ୟାସ ମୂଲ୍ୟରେ ପରିବର୍ତ୍ତନ ଘଟୁଛି ଏବଂ ଏହାକୁ ଦୃଷ୍ଟିରେ ରଖି ସବସିଡି ଦିଆଯାଇଛି। ଶୁକ୍ରବାର କେନ୍ଦ୍ର କ୍ୟାବିନେଟ ୧୭୫ ଇଞ୍ଜିନିୟରିଂ ପ୍ରତିଷ୍ଠାନ ଏବଂ ୧୦୦ ପଲିଟେକ୍ନିକ ସମେତ ୨୭୫ ଟି ବୈଷୟିକ ପ୍ରତିଷ୍ଠାନରେ ବହୁମୁଖୀ ଶିକ୍ଷା ଏବଂ ଗବେଷଣା ଉନ୍ନତି (MERIT) ଯୋଜନା କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ ଅନୁମୋଦନ କରିଛି।