କାହା ପ୍ରତି ରହିବା କୃତଜ୍ଞ ?

ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର 'ଅମୃତ ବିନ୍ଦୁ’  । ‘ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନଯାତ୍ରାକୁ ନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।

ସାମାଜିକ ଜୀବନରେ ମନୁଷ୍ୟ ସଙ୍ଗଦୋଷରେ ପ୍ରଭାବିତ ହୁଏ । ମନୁଷ୍ୟକୁ ଯେଭଳି ସାଙ୍ଗସାଥି ମିଳିବେ ତାର ଚରିତ୍ର ସେହିଭଳି ବଦଳିଯିବ । ଖରାପ ପ୍ରକୃତିର ଲୋକଙ୍କ ସଙ୍ଗ ହେଲେ ମନୁଷ୍ୟ ଅସାମାଜିକ ହୋଇଯିବ । ଭଲ ଲୋକଙ୍କ ସହିତ ସାଙ୍ଗ େହେଲେ ସମାଜରେ ସେ ପୂଜ୍ୟ ହୋଇଯିବ । ଏଥିପାଇଁ ଓଡ଼ିଆ ଭାଗବତରେ କୁହାଯାଇଛି ଉତ୍ତମ ସଙ୍ଗେ ସଙ୍ଗ ଯାର, ସେଜାଣେ ତାହାର ବେଭାର । ଏହାର ଅର୍ଥ ହେଲା ଯିଏ ଯେଉଁଭଳି ଲୋକଙ୍କ ସଂସ୍ପର୍ଶରେ ଆସିବ କି ସାଙ୍ଗସାଥିଙ୍କ ସାଙ୍ଗରେ ମିଶିବ ତାର ଚରିତ୍ର ସେହିଭଳି ହୋଇଯିବ ଏବଂ ବ୍ୟବହାର, ଆଚରଣ, ଚିନ୍ତାଧାରା ମଧ୍ୟ ସେହିଭଳି ହୋଇଯିବ । କାଠ କେବେ ଚନ୍ଦନ ହୋଇନପାରେ । କିନ୍ତୁ ଚନ୍ଦନ ବିଡ଼ାରେ କାଠକୁ ଦୀର୍ଘ ଦିନ ଧରି ବାନ୍ଧିରଖିଲେ ତା ଠାରେ ମଧ୍ୟ ଚନ୍ଦନର ସୁଗନ୍ଧ କିଛି ପରିମାଣରେ ପରିଲକ୍ଷିତ ହୁଏ । ସାଧୁବ୍ୟକ୍ତି ବା ଉତ୍ତମ ଚରିତ୍ରର ଲୋକମାନେ ମଳୟ ପବନ ସଦୃଶ । ସେମାନଙ୍କୁ ଦେଖିବା ମାତ୍ରକେ ଲୋକମାନେ ଆନନ୍ଦିିତ ହୁଅନ୍ତି ଏବଂ ସେମାନଙ୍କର ସଙ୍ଗଲାଭ କରି ଜ୍ଞାନ ଲାଭ ମଧ୍ୟ କରନ୍ତି । ତେଣୁ ସାମାଜିକ ଜୀବନରେ ନିଜେ ବି·ର କରି ସତ୍ ଚିନ୍ତା କରିବା ସହିତ ସତ୍ ଗୁଣ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ମଧ୍ୟ ବନ୍ଧୁତା ସ୍ଥାପନା କରିବା ଉଚିତ ।
ସାଧୁ ଯେ ମଳୟ ପବନ, କାଷ୍ଠକୁ କରାଏ ଚନ୍ଦନ ଏହି ଲୋକବିଶ୍ୱାସ ଅନୁଯାୟୀ, ବସନ୍ତ ଋତୁର ମଳୟ ପବନକୁ ଏକ ଚମକ୍ରାରୀ ବାୟୁ ପ୍ରବାହ ଭାବରେ ବିଭିିନ୍ନ ସାହିତ୍ୟରେ ବର୍ଣ୍ଣନା କରାଯାଇଛି । ବସନ୍ତ ଆଗମନରେ ମଳୟ ପବନ ଦକ୍ଷିଣ ଦିଗରୁ ବହିବା ଆରମ୍ଭ କରିଲେ ତାର ସ୍ପର୍ଶ ପାଇ ନିମ୍ବ ଗଛ ଚନ୍ଦନରେ ପରିଣତ ହୋଇଯାଏ । ଏକଥା କହିବାର ଉଦେ୍ଦଶ୍ୟ ହେଲା, ଯେମିତି ବ୍ୟକ୍ତିତ୍ୱଙ୍କ ସହିତ ଆମର ସଙ୍ଗତ ହେବ, ଆମ ଚରିତ୍ର ଓ ସ୍ୱଭାବ ଠିକ୍ ସେମିତି ହିଁ ପରିପ୍ରକାଶ ପାଇବ ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର  ।