ରାକ୍ଷୀ ବିକ୍ରୟ କେନ୍ଦ୍ର ଉଦ୍ଘାଟିତ
ନବରଙ୍ଗପୁର : ତହସିଲଦାର କାର୍ଯ୍ୟାଳୟ ନିକଟସ୍ଥ ଓରମାସ୍ ସହଯୋଗରେ ବିଭିନ୍ନ ମହିଳା ଗୋଷ୍ଠୀ ଦ୍ୱାରା ବିଭିନ୍ନ ଶସ୍ୟ ତଥା ସ୍ଥାନୀୟ ପରିବେଶ ଅନୁକୂଳ ହାତ ତିଆରି ରାକ୍ଷୀ ପ୍ରସ୍ତୁତ ପୂର୍ବକ ଏକ ନିଆରା ରାକ୍ଷୀର ସମ୍ଭାର ରାକ୍ଷୀ ବିକ୍ରୟ କେନ୍ଦ୍ର ଉଦ୍ଘାଟନ ହୋଇଯାଇଛି । କୋଷଗୁମୁଡ଼ା ବ୍ଲକ୍ର ଧନଲକ୍ଷ୍ମୀ, ଭୈରବୀ ଓ ମହିମା ସ୍ୱଂୟ ସହାୟକ ମହିଳା ଗୋଷ୍ଠୀ ସଭ୍ୟଙ୍କ ଦ୍ୱାରା ଏହି ରାକ୍ଷୀ ପ୍ରସ୍ତୁତ କରାଯାଇଛି । ଏହି ରାକ୍ଷୀ ବିକ୍ରୟ କେନ୍ଦ୍ରକୁ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଓ ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁ ଉଦ୍ଘାଟନ କରିଥିଲେ । ଏବଂ ରାକ୍ଷୀ ପ୍ରସ୍ତୁତ କରିଥିବା ମହିଳାମାନଙ୍କୁ ଉତ୍ସାହିତ କରିଥିଲେ । ବିଧାୟକ ନିଜ ବକ୍ତବ୍ୟରେ ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ ରାକ୍ଷୀକୁ କିଣିବା ଓ ସେମାନଙ୍କ ଆର୍ଥିକ ସମୃଦ୍ଧି ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ , ସହକାରୀ ସିଇଓ, ଓରମାସ ଏ. ଉମା ମହେଶ, ଡିଆଇପିଆର୍ଓ ମନୋଜ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଉପ ନିଦେ୍ର୍ଦଶକ ଯୋଜନା ଓ ସମନ୍ୱୟ ଏଶ୍ଚର୍ଯ୍ୟ ଭଞ୍ଜ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।