ଫସଲ ବୀମା ରଥ ଉଦ୍ଘାଟିତ 

 ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଜରୁରୀ ବିଭାଗ ସମ୍ମୁଖରେ ଚାଷୀ ମାନଙ୍କ ଫସଲ ସୁରକ୍ଷା ପାଇଁ ଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର "ବୀମା ରଥ" ଜିଲ୍ଲାପାଳ ଜେ. ସୋନାଲଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ସମ୍ବିତ କୁମାର ରାଉତ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ୱଜିତ୍ ପଣ୍ଡା, ଜିଲ୍ଲା ସମବାୟ ନିବନ୍ଧକ ପ୍ରଭାତ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରଚାର ରଥ ଫସଲ ବୀମାର ଉପଯୋଗୀତା ସମ୍ପର୍କରେ ଚାଷୀ ଭାଇ ମାନଙ୍କୁ ସଚେତନ କରିବା ପାଇଁ ସମସ୍ତ ବ୍ଲକ ପରିଭ୍ରମଣ କରିବ । ଏଠାରେ ସୂଚନା ଯୋଗ୍ୟ, ଅଣ ଋଣୀ ଚାଷୀ ଭାଇ ମାନଙ୍କ ପାଇଁ ପଞ୍ଜିକରଣ ତିଥି ଅଗଷ୍ଟ ୧୪ ପଯ୍ୟନ୍ତ ବୃଦ୍ଧି କରାଯାଇଛି । ପ୍ରତିଟି ପ୍ଲଟ ପିଛା ମାତ୍ର ଏକ ଟଙ୍କା ଦେଇ ଚାଷୀ ବିଜ୍ଞାପିତ ଫସଲ ଧାନ ପାଇଁ, ନିକଟସ୍ଥ ଜନସେବା କେନ୍ଦ୍ର, ବ୍ୟାଙ୍କ, ସମବାୟ ସମିତିରେ ଚାଷୀ ବୀମା କରି ପାରିବେ । ହେକଟର ପିଛା ଜଳସେଚିତ ଜମିର କ୍ଷୟକ୍ଷତି ପାଇଁ ୯୭୫୦୦ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି, ମିଳିବାର ସୁବିଧା ଏହି ଯୋଜନାରେ ରହିଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ ପ୍ରମୋଦ କୁମାର ନାୟକ ପରିଚାଳନା କରିଥିଲେ । ରିସ୍କ ଟିମ ସଂଯୋଜକ ନଯିମ, ବ୍ଲକ ସଂଯୋଜକ କବି ପ୍ରସାଦ ନାୟକ, ପ୍ରଶାନ୍ତ ବାରିକ, ଚନ୍ଦନ ମହାରଣା, ସୁଭାଷ ନାୟକ ପ୍ରମୁଖ ସହଯୋଗ କରିଥିଲେ ।