ଡ୍ରପ୍ ଆଉଟ ଶିକ୍ଷା କମିଟି ଗଠିତ
ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଗୋଇମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆସ ସ୍କୁଲ ଯିବାକୁ ନେଇ ଏକ ବୈଠକ ସିଆରସିସି ବିଶ୍ୱାମିତ୍ର ବନଛୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବରିଷ୍ଠ ସାମ୍ବାଦିକ ତଥା ନୂଆପଡା ଜିଲ୍ଲା ପ୍ରେସକ୍ଲବ ସଭାପତି ପରମେଶ୍ୱର ବାରିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲି ବିକାଶର ସମ୍ପାଦକ ସୁରେଶ କୁମାର ରାଉତ ଅତିଥି ଭାବେ ଯୋଗ ଦାନ କରି ବର୍ତ୍ତମାନ ଡ୍ରପ୍ ଆଉଟ ହୋଇ ରହିଯାଇଥିବା ଛାତ୍ରଛାତ୍ରୀମାନଙ୍କୁ କେମିତି ମୁଖ୍ୟ ସ୍ରୋତରେ ସାମିଲ କରାଯାଇ ପାରିବ ସେହି ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଚଳାନପଡା କ୍ଲଷ୍ଟର ସମସ୍ତ ପ୍ରଧାନ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ଶିକ୍ଷା ସଭା କରାଯାଇ ଏକ ଡ୍ରପ ଆଉଟ ଶିକ୍ଷା କମିଟି ଗଠନ କରାଯାଇଥିଲା । ଏହି କମିଟିରେ ବରିଷ୍ଠ ସାମ୍ବାଦିକ ଶ୍ରୀ ବାରିକ, ଶ୍ରୀ ରାଉତ ସମସ୍ତ ପ୍ରଧାନ ଶିକ୍ଷକ ଓ ସିଆରସିସିଙ୍କୁ ରଖାଯାଇଛି । ଶେଷରେ ସିଆରସିସି ଶ୍ରୀ ବନଛୋର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।