ପୃଥକ ସଡ଼କ ଦୁର୍ଘଟଣା : ୨ ମୃତ, ୩ ଗୁରୁତର
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ସାପୁଆଝର ଓ ଷଡ଼ଙ୍ଗୀ ଠାରେ ପୃଥକ ପୃଥକ ଭାବରେ ଗତକାଲି ରାତ୍ରି ଓ ଆଜି ସକାଳ ସମୟରେ ଦୁଇ ଗୋଟି ସଡକ ଦୃର୍ଘଟଣାରେ ଦୁଇ ଜଣଙ୍କର ମୃତୁ୍ୟ ହୋଇଥିବା ସ୍ଥଳେ ୩ ଜଣ ଗୁରୁତର ଭାବରେ ଆହତ ଥିବାର ଜାଣିବାକୁ ମିଳିଛି । ଗଁଦିଆ ପୁଲିସ ଠାରୁ ପ୍ରକାଶ ଯେ, ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମର ପୀତବାସ ମଲିକଙ୍କ ପୁଅ ମୁନା ମଲିକ ଗତକାଲି ବିଳମ୍ବିତ ରାତ୍ରିରେ ଏକ ବାଇକରେ ଆସୁଥିବା ସମୟରେ ବିଧାରପୁର ଛକ ପାଖ ପ୍ରବାହିତ ସାପୁଆଝର ନାଳ ପାଖରେ ଥିବା ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଥିବା ଗଛରେ ପିଟି ହୋଇଥିଲା ଓ ଘଟଣା ସ୍ଥଳରେ ତାର ମୃତୁ୍ୟ ହୋଇଥିଲା । ସେହିପରି ଆଜି ସକାଳ ସମୟରେ ଗଁଦିଆ ଥାନା ଅନ୍ତର୍ଗତ କରମୂଳ ଗ୍ରାମର ବ୍ରଜବନ୍ଧୁ ପୋଇ ଓ ପନôୀ ଝରଣା ପୋଇଙ୍କ ସମେତ ତାଙ୍କ ଶାଶୁ ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ଗ୍ରାମର ଗୌରୀ ବେହେରାଙ୍କୁ ସାଥିରେ ନେଇ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କଟକ ବଡ ମେଡିକାଲକୁ ଏକ କାର ଯୋଗେ ଯାଉଥିଲେ । ଷଡ଼ଙ୍ଗୀ ଝାରଦା ଛକ ଠାରେ ଉକ୍ତ କାର ଭାରସାମ୍ୟ ହରାଇ ଗଁଦିଆ ପଟୁ ଆସୁଥିବା ଏକ ପିକପ ଭ୍ୟାନକୁ ସିଧାସଳଖ ଧକ୍କା ଦେଇଥିଲା । ଯାହା ଫଳରେ ଉକ୍ତ କାରରେ ଥିବା ଡ୍ରାଇବର ସମେତ ୪ଜଣ ଜାକ ଗୁରୁତର ହୋଉଥିଲେ । ସେମାନଙ୍କୁ ପ୍ରଥମେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିସôା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଗୌର ବେହେରାଙ୍କର ମୃତୁ୍ୟ ହୋଉଥିବା ବେଳେ ଅନ୍ୟ ତିନି ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନସ୍ତର କରାଯାଇଛି ।