ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସାଡାର୍ ହେଲେ ମାଧୁରୀ

ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସାଡାର୍ ହେଲେ ମାଧୁରୀ

 ଏବେ ଅଲୋଡ଼ା ହୋଇଛନ୍ତି  ଓଡ଼ିଆ । ଗୁରୁବାର ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସାଡାର୍ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ । ହେଲେ ପ୍ରଶ୍ନ ଉଠୁଛି...ମାଧୁରୀ ହେଲେ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସାଡାର୍?  କାହିଁକି ବ୍ରାଣ୍ଡ୍ ଆମ୍ବାସାଡର୍ ହେଲେନି ଓଲିଉଡ୍ ହିରୋଇନ୍?   ଓଡିଆ ଅଭିନେତ୍ରୀ ବ୍ରାଣ୍ଡ୍ ଆମ୍ବାସାଡାର୍ ହେବାକୁ ଅଯୋଗ୍ୟ?

ମାଧୁରୀଙ୍କୁ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସାଡାର୍ ଘୋଷଣା କରିବା ପରେ ଏବେ ଏମିତି କିଛି ପ୍ରଶ୍ନ ଚର୍ଚ୍ଚା ସୃଷ୍ଟି କରିଛି ।  ଏହା ପୂର୍ବରୁ ମଧ୍ୟ ଅନେକ କଥାରେ ଓଡ଼ିଶାରେ ମୁମ୍ବାଇ କଳାକାରଙ୍କୁ ଗୁରୁତ୍ୱ ଦେବା କଥାକୁ ନେଇ ବିବାଦ ସୃଷ୍ଟି ହୋଇସାରିଛି । ଆଉ ଏବେ ପୁଣିଥରେ ମାଧୁରୀଙ୍କୁ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସାଡାର୍ କରିବା ନୂଆ ବିବା ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ମାଧୁରୀଙ୍କ ପାଖରେ ବଲିଉଡ୍ ଅଭିନେତ୍ରୀ ହିସାବରେ ଅଧିକ ଲୋକପ୍ରିୟତା ରହିଛି ଆଉ ତାଙ୍କୁ ବ୍ରାଣ୍ଡ୍ ଆମ୍ବାସାଡାର୍ କଲେ ଓଡ଼ିଶା ହସ୍ତତନ୍ତର ଅଧିକ ପ୍ରଚାର ପ୍ରସାର ହେବ । ହେଲେ ସରକାର କଣ କୌଣସି ଓଡ଼ିଆ ଅଭିନେତା କି ଅଭିନେତ୍ରୀଙ୍କୁ ମିଳିତ ଭାବେ ବ୍ରାଣ୍ଡ୍ ଆମ୍ବାସାଡାର୍ କରିପାରିନଥାନ୍ତେ କି?  ଓଡ଼ିଶାରେ ସବୁବେଳେ ବଲିଉଡ୍ ହିରୋ-ହିରୋଇନଙ୍କୁ ଏତେ ଗୁରୁତ୍ୱ ଦିଆଯାଉଛି କାହିଁକି ?  ହକି ବିଶ୍ୱକପ୍ ଉଦଘାଟନୀ ସମାରୋହରେ ବଲିଉଡ୍ କଳାକାରଙ୍କୁ ଦେଖିବାକୁ ମିଳିଥିଲା । ସେତେବେଳେ ଏହାକୁ ନେଇବିବାଦ ମଧ୍ୟ ମୁଣ୍ଡ ଟେକିଥିଲା । କାହିଁକି ସେତେବେଳର ସରକାର, ଓଡ଼ିଆ କଳାକାରଙ୍କୁ ନ ଡାକି କେବଳ ବଲିଉଡ୍ କଳାକାରଙ୍କୁ ଡାକିଲେ ବୋଲି ସେତେବେଳେ ପ୍ରଶ୍ନ ଉଠାଇଥିଲେ ଓଲିଉଡ୍ କଳାକାର ।  ଏବେ ପୁଣିଥରେ ସେଭଳି ବିବାଦ ମୁଣ୍ଡ ଟେକିପାରେ ।