୧୩ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର
ନବରଙ୍ଗପୁର: ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନେଇ ନିଖିଳ ଉକôଳ ପ୍ରାଥମିକ ଶିକ୍ଷକ ଫେଡ଼ରେସନ ଦ୍ୱାରା ଅନୁବନ୍ଧିତ ନବରଙ୍ଗପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଏକ ୧୩ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ନବରଙ୍ଗପୁର ସହର ସ୍ଥିତ ମା’ ଭଣ୍ଡାର ଘରଣୀ ମନ୍ଦିର ଠାରୁ ଶହଶହ ଶିକ୍ଷକଶିକ୍ଷୟିତ୍ରୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ପରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ଶିକ୍ଷକମାନଙ୍କୁ ହେଉଥିବା ସମସ୍ତ ସମସ୍ୟା କହିବା ସହ ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରିଛନ୍ତି । ଦାବିପତ୍ରରେ ମୁଖ୍ୟତଃ ୟୁଏଏସ୍କୁ ସ୍ଥଗିତ କରିବା ପାଇଁ ଉଲ୍ଲେଖ ରହିଛି । ଶିକ୍ଷକମାନେ ନିଜ ବ୍ୟକ୍ତିଗତ ମୋବାଇଲରେ ଶିକ୍ଷା ବିଭାଗକୁ କ’ଣ ପାଇଁ ତଥ୍ୟ ପ୍ରଦାନ କରିବେ ବୋଲି ପ୍ରଶ୍ନ କରିବା ସହ ଏହା ସେମାନଙ୍କର ବ୍ୟକ୍ତିଗତ ମୋବାଇଲ ଟ୍ରାକ୍ କରାଯାଉଥିବାକୁ ନାପସନ୍ଦ କରିଛନ୍ତି । ବ୍ୟକ୍ତିଗତ ମୋବାଇଲ ମାଧ୍ୟମରେ ଉପସ୍ଥାନ ଦେବା ନିୟମ ଲାଗୁ ହେଲେ ମୋବାଇଲ ଟାୱାର ନ ଥିବା ଅଞ୍ଚଳର ଶିକ୍ଷକ ଓ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ, ଆଦିବାସୀ ଅଧୁ୍ୟଷିତ ଅଞ୍ଚଳରେ ଛାତ୍ର ଛାତ୍ରୀ ବିଳମ୍ବରେ ସ୍କୁଲ ଆସୁଥିବାରୁ ସେମାନେ ମଧ୍ୟାହ୍ନ ଭୋଜନ ପାଇବାରୁ ବଞ୍ଚିତ ହେବାର ସମ୍ଭାବନା ରହିଥିବା କହିଛନ୍ତି ନିଖିଳ ଉକôଳ ପ୍ରାଥମିକ ଶିକ୍ଷକ ଫେଡ଼ରେସନର ରାଜ୍ୟ ସଭାପତି ରମଣୀ ରଞ୍ଜନ ତ୍ରିପାଠୀ । ପଦୋନ୍ନତିରୁ ବାଦ ପଡ଼ିଥିବା ୧୪ ଗୋଟି ଜିଲ୍ଲାକୁ ପିଛିଲା ଭାବେ ପଦୋନ୍ନତି ଦେବା, ସମସ୍ତ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ନିଯୁକ୍ତି ଦେବା, ପୂର୍ବତନ ପ୍ରାଥମିକ ଶିକ୍ଷା ନିଦେ୍ର୍ଦଶକ ଜ୍ୟୋତି ରଞ୍ଜନ ମିଶ୍ରଙ୍କ ଆମୟରେ ଦିଆଯାଇଥିବା ବେଆଇନ ପଦୋନ୍ନତିର କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବା, ୧୧/୦୨/୨୦୧୧ ପୂର୍ବ ନିଯୁକ୍ତ ଶିକ୍ଷକଙ୍କୁ ଓଟିଇଟି ଛାଡ କରିବା ଆଦି ଉଲ୍ଲେଖ ଅଛି । ଦାବିପତ୍ର ପ୍ରଦାନ ବେଳେ ଶହ ଶହ ଶିକ୍ଷକଙ୍କ ସହ ରାଜ୍ୟ ସଭାପତି ରମଣୀ ରଞ୍ଜନ ତ୍ରିପାଠୀ, ଜିଲ୍ଲା ସଭାପତି ସନନ୍ତ କୁମାର ପ୍ରହରାଜ, ସମସ୍ତ ବ୍ଲକ ର ସଭାପତି, ଜିଲ୍ଲା ସାଧାରଣ ସମ୍ପାଦକ କ୍ଷେତ୍ର ମୋହନ ବିଷୋୟୀ, ଉପ ସଭାନେତ୍ରୀ ନାଗେଶ୍ୱରୀ ପଟନାୟକ, ସଂଗଠନ ସମ୍ପାଦକ ଫଣିନ୍ଦ୍ର ଗାଇନ, କୋଷଧ୍ୟକ୍ଷ୍ୟବୈଦ୍ୟନାଥ ଦାଶ ଓ ନନ୍ଦାହାଣ୍ଡି ବ୍ଲକ ସମ୍ପାଦକ ରମେଶ ଚନ୍ଦ୍ର ତ୍ରିପାଠୀ ଉପସ୍ଥିତ ଥିଲେ ।