ପ୍ରାଥମିକ ସ୍କୁଲ ପରିଦର୍ଶନ କଲେ ବିଧାୟକ

 ଜଗତସିଂହପୁର : ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ବୁଧବାର ପଲ୍ଲୀ ପଞ୍ଚାୟତର ପଦ୍ମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ସ୍କୁଲର ଛାତ୍ରଛାତ୍ରୀଙ୍କୁ ଭେଟି ସ୍କୁଲକୁ ସଦାସର୍ବଦା ନିୟମିତ ଆସିବା ଓ କେବେ ଅନୁପସ୍ଥିତ ରହିବ ନାହିଁ ବୋଲି ପରାମର୍ଶ ଦେଇଥିଲେ । ଏହା ପରେ ସ୍କୁଲରେ କିପରି ଖାଦ୍ୟ ଦିଆ ଯାଉଛି, କେଉଁ ବାରରେ କେଉଁ ଖାଦ୍ୟ, କାଲି କେଉଁ ଖାଦ୍ୟ ହୋଇଥିଲା ପଚାରି ବୁଝିଥିଲେ । ତେବେ ସମୁଦାୟ ୫୯ ଜର ଛାତ୍ରଛାତ୍ରୀ ଥିବା ବେଳେ ୩ ଶିକ୍ଷକଙ୍କୁ ନେଇ ଆଠୋଟି ଶ୍ରେଣୀ ଓ ଟ୍ରେନିଂରେ ୨ ଶିକ୍ଷକ ଶୁଣି ଶିକ୍ଷାଦାନ ବ୍ୟାଘାତ ହେଉଥିବ ବୋଲି ଶିକ୍ଷକଙ୍କୁ ପ୍ରଶ୍ନ କରିଥିଲେ । ପରେ ସ୍କୁଲର ପାଚିକାଙ୍କଠୁ ରୋଷେଇ ସମ୍ବଦ୍ଧରେ ପଚାରି ବୁଝିବା ସହ ସ୍କୁଲର ବିଭିନ୍ନ ଉପକରର ସମ୍ବନ୍ଧରେ ପଚାରି ବୁଝିଥିଲେ । ପରେ ପରିତ୍ୟକ୍ତ ବିପଦପୂର୍ଣ୍ଣ ଶ୍ରେଣୀଗୃହ, ସ୍କୁଲର ଅନ୍ୟାନ୍ୟ ସମସ୍ୟା ପ୍ରସଙ୍ଗ ବିଷୟରେ ବିଧାୟକ ଆଲୋଚନା କରିଥିଲେ ।