ପୀଡ଼ିତ ପରିବାରକୁ ସହାୟତା

 ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସୁନାରି ଢିମିରା ସାହିରେ ଗ୍ୟାସ ସିଲିଣ୍ଡର ଲିକ୍ରୁ ଦୁର୍ଘଟଣା ଘଟି ଗୋଟିଏ ପରିବାରର ୪ଜଣ ଗୁରୁତର ଆହତ ହୋଇଥିଲେ ।  ସ୍ଥାନୀୟ  ଲୋକେ ଗୁରୁତରଙ୍କୁ ପ୍ରଥମେ ହିଞ୍ଜିଳି ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ସ୍ୱାମୀ ବିପ୍ର ମହାରଣା ଓ ସ୍ତ୍ରୀ ସଂଯୁକ୍ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ଓ ପରେ  ଭୁବନେଶ୍ୱର ଏମ୍ସ ମେଡିକାଲକୁ ସ୍ଥାନାନ୍ତର କରାଯାଇ ବର୍ଣ୍ଣ ୱାର୍ଡରେ ଚିକିତ୍ସା ହେଉଛନ୍ତି । ତେବେ ଗୁରୁତର ପରିବାର ଆର୍ଥôକ ଦୁର୍ବଳ ଶ୍ରେଣୀର ହୋଇଥିବାରୁ  ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ବିଜେଡି ନେତା ପ୍ରଦିପ କୁମାର ପଣ୍ଡା ଓ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ପହଞ୍ଚô ଗୁରୁତର ପରିବାରକୁ ଭେଟି  ୧୦,୦୦୦ ଟଙ୍କା ପ୍ରଦାନ କରିଛନ୍ତି ।