ଟାଟା ଷ୍ଟିଲ୍ରୁ ଗାଲଭାନାଇଜଡ୍ କଏଲ୍ ପରିବହନ ଆରମ୍ଭ
ଭୁବନେଶ୍ୱର : ଟାଟା ଷ୍ଟିଲ କଳିଙ୍ଗନଗରର ନୂତନ ଏବଂ ଅତ୍ୟାଧୁନିକ କଣ୍ଟିନିଅସ୍ ଗ୍ୟାଲଭାନାଇଜିଂ ଲାଇନ୍ (ସିଜିଏଲ-୧)ରୁ କୋଲ୍ଡ୍ ରୋଲିଂ ମିଲ୍ କମ୍ପ୍ଲେକ୍ସରେ ପ୍ରଥମ ବ୍ୟାଚ୍ ଗ୍ୟାଲଭାନାଇଜଡ୍ କଏଲ୍ ସଫଳତାର ସହିତ ଉତ୍ପାଦନ କରାଯାଇଛି । ପ୍ରଥମ ବ୍ୟାଚ୍ ଗ୍ୟାଲଭାନାଇଜଡ୍ କଏଲ୍ ପରିବହନ ସମୟରେ ଟାଟା ଷ୍ଟିଲ କଳିଙ୍ଗନଗରର (ଅପରେସନ୍ସ୍) ଜେନେରାଲ୍ ମ୍ୟାନେଜର କରମବୀର ସିଂହ ଏହାକୁ ଉଦ୍ଘାଟନ କରିଥିବାବେଳେ ଟାଟାଷ୍ଟିଲ କଳିଙ୍ଗନଗର ଶ୍ରମିକ ୟୁନିଅନ୍ର ଅଧ୍ୟକ୍ଷ ରବିନ୍ଦ୍ର କୁମାର ଜାମୁଦା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହା ବିଶେଷକରି ଅଟୋମୋଟିଭ୍ ଏବଂ ଉପକରଣ କ୍ଷେତ୍ର ପାଇଁ ଟାଟା ଷ୍ଟିଲର ଦକ୍ଷତା ବୃଦ୍ଧିରେ ଏକ ବଡ଼ ପଦକ୍ଷେପ ଅଟେ । ଟାଟା ଷ୍ଟିଲ୍ ମାର୍କେଟିଂ ଓ ସେଲ୍ସ (ଫ୍ଲାଟ୍ ପ୍ରଡକ୍ଟସ୍) ଉପାଧ୍ୟକ୍ଷ, ପ୍ରଭାତ କୁମାର କହିଛନ୍ତି "କଳିଙ୍ଗନଗରର ନୂତନ କଣ୍ଟିନିଅସ୍ ଗ୍ୟାଲଭାନାଇଜିଂ ଲାଇନ୍ (ସିଜିଏଲ-୧) ଉନ୍ନତ କୋଟେଡ୍ ଉତ୍ପାଦ ଉତ୍ପାଦନ ପାଇଁ ଡିଜାଇନ୍ କରାଯାଇଛି, ଯାହା ଉକôୃଷ୍ଟ ସର୍ଫେସ୍ ଫିନିଶ୍, ଫର୍ମେବିଲିଟି ଏବଂ କରୋସନ୍ ପ୍ରତିରୋଧ କ୍ଷମତା ସହିତ ଅଟୋମୋଟିଭ୍ ଓ ଉପକରଣ କ୍ଷେତ୍ରରେ ଆବଶ୍ୟକତାକୁ ପୂରଣ କରିବ ।ଗତ ବର୍ଷ ଟାଟା ଷ୍ଟିଲ କଳିଙ୍ଗନଗରରେ ଭାରତର ସବୁଠାରୁ ବଡ଼ ବ୍ଲାସ୍ଟ ଫର୍ନେସ୍ କମିଶନ୍ କରିଥିଲା । ୨୭,୦୦୦ କୋଟି ଟଙ୍କାର ମୋଟ ବିନିଯୋଗରେ କଳିଙ୍ଗନଗରର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଏହାର ମୋଟ କ୍ଷମତାକୁ ବାର୍ଷିକ ୩ ମିଲିୟନ୍ ଟନ୍ ରୁ ୮ ମିଲିୟନ୍ ଟନ୍ କୁ ବୃଦ୍ଧି କରିଛି । କୋଲ୍ଡ୍ ରୋଲିଂ ମିଲର ଏକ ଅଭିନ୍ନ ଅଂଶ ଭାବରେ ସିଜିଏଲ-୧, ପେଲେଟ୍ ପ୍ଲାଣ୍ଟ୍ ଏବଂ କୋକ୍ ପ୍ଲାଣ୍ଟ୍ ଭଳି ଅନ୍ୟ ସୁବିଧାଗୁଡ଼ିକ ସହିତ ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ - ପ୍ରତ୍ୟେକରେ ଉନ୍ନତ ପ୍ରଯୁକ୍ତି ଏବଂ ଦୀର୍ଘସ୍ଥାୟିତ୍ୱ ପ୍ରଥା ସାମିଲ ହୋଇଛି ।