ବିଚାରପତିଙ୍କୁ ଭେଟିଲା ଜିଲ୍ଲା ଓକିଲ ସଂଘ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତାମାନେ ଉଚ୍ଚ ନ୍ୟାୟାଳୟରେ ନୂତନ ଭାବେ ନିଯୁକ୍ତି ପାଇଥିବା ଆଡମିଷ୍ଟ୍ରେଟିଭ୍ ବିଚାରପତି ସଂଜୟ କୁମାର ମିଶ୍ରଙ୍କୁ ଭେଟି ସମ୍ବର୍ଦ୍ଧନା ଦେବା ସହ ଜିଲ୍ଲା ଓକିଲ ସଂଘର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏବଂ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହାକୁ ସମାଧାନ କରିବା ପାଇଁ ଜିଲ୍ଲା ଓକିଲ ସଂଘ ସଭାପତି ଗୋବର୍ଦ୍ଧନ ରାଉତ, ସଂପାଦକ ନୃସିଂହ ଚରଣ ରାଉତ ଅନୁରୋଧ କରିଛନ୍ତି । ଏହି ଆଲୋଚନା ସମୟରେ ଉପ ସଭାପତି ହାଡିବନ୍ଧୁ ସିଂହ, ସହ ସଂପାଦକ ବିନୋଦ କୁମାର ବେହେରା, ଦିନେଶ ରାୟଙ୍କ ସହିତ ଜିଲ୍ଲା ଓକିଲ ସଂଘର ସଭ୍ୟ/ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।