ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

 ନବରଙ୍ଗପୁର : ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକରେ ବିଧାୟକ ଗୌରୀଶଙ୍କର ମାଝୀ ଅଧ୍ୟକ୍ଷତା ପୂର୍ବକ ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ । ପ୍ରଥମେ  ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ  ସମସ୍ତଙ୍କୁ ସ୍ୱାଗତ କରି ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଭାଗୀୟ ଯୋଜନା ଓ କାର୍ଯ୍ୟର ସଫଳ ରୂପାୟନ ପାଇଁ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଥିଲେ । ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ପିଏ, ଆଇଟିଡିଏ ରାଜୀବ ଲୋଚନ ସାହୁ, ସିଡିଏମ ଓ ଡ଼ା ସନ୍ତୋଷ ପଣ୍ଡାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ ନିର୍ବାଚନ ମଣ୍ଡଳୀର ୪ଟି ବ୍ଲକ୍ ତେନ୍ତୁଳିଖୁଣ୍ଟି, ନବରଙ୍ଗପୁର, କୋଷଗୁମୁଡ଼ା, ନନ୍ଦାହାଣ୍ଡି ବିଡିଓ ଉପସ୍ଥିତ ଥିଲେ । ଉପ ନିଦେ୍ର୍ଦଶକ ଯୋଜନା ଓ ସ୍ୱମନୟ ଏୟୀଶ୍ୱର୍ୟ ଭଞ୍ଜ ସଭା ପରିଚାଳନା କରିଥିଲେ । ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ  ଜଳ ଯୋଗାଣ ଓ ପରିମଳ, ଶିକ୍ଷା, ରାସ୍ତା ଓ ଗୃହନିର୍ମାଣ, ମସô୍ୟ ଓ ପ୍ରାଣସମ୍ପଦ, କର୍ମ ନିୟୋଜନ, କୃଷି, ସ୍ୱାସ୍ଥ୍ୟ, ଏମ୍ଏସଏମ୍ଇ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ଉଦ୍ୟାନ, ଜାତୀୟ ରାଜପଥ, ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, ନବରଙ୍ଗପୁର, କୋଷଗୁମୁଡ଼ା ବ୍ଲକ୍ର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିଥିଲେ । ବିଧାୟକ ସମୀକ୍ଷା କରିବା ସମୟରେ ନିର୍ବାଚନ ମଣ୍ଡଳୀରେ ରାସାୟନିକ ସାରର ବହୁଳ ବ୍ୟବହାର ଓ ଏହାର ବିକଳ୍ପ ସମାଧାନ ଉପାୟ, ବିଭିନ୍ନ ହସ୍ତଶିଳ୍ପ ଲାଖ, ଆଦିବାସୀ ଅଳଙ୍କାର, ଧାନ ଓ ମକାରେ ତିଆରି ବସ୍ତୁ, ସ୍ଥାନୀୟ ବୁଣାକାର ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ୍ରର ବହୁଳ ପ୍ରଚାର ପ୍ରସାର, ବ୍ରାଣ୍ଡିଂ ଏବଂ ବଜାର ବ୍ୟବସ୍ଥା, ଜିଲ୍ଲାରେ ବିଭିନ୍ନ ବିଭାଗର ଖାଲିଥିବା ପଦବୀ ପୂରଣ ପାଇଁ ଶୀଘ୍ର ପ୍ରକ୍ରିୟା, ପଞ୍ଚାୟତ ଓ ଦୁର୍ଗମ ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣ, ପୋଲ ନିର୍ମାଣ ଉପରେ ଗୁରୁତ୍ୱ, ଜଳସେଚନକୁ ପ୍ରାଥମିକତା ଦେଇ ଉଠା ଜଳସେଚନ ଓ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ପାଇଁ ତ୍ୱରାନିତ କରିବା, ଶିକ୍ଷିତ ଓ ଦକ୍ଷତା ପ୍ରଶିକ୍ଷିତ ବେକାର ଯୁବକମାନଙ୍କୁ କାଉନସେଲିଂ ବ୍ୟବସ୍ଥା, ଗୋଶାଳା ପାଇଁ ଜାଗା ଚିହ୍ନଟ ଓ ଉନ୍ନତିକରଣ, ପିଏମଶ୍ରୀ ବିଦ୍ୟାଳୟର ନିର୍ମାଣ ଓ କାର୍ଯ୍ୟ ତ୍ୱରାନ୍ୱିତ, ପ୍ରତି ବ୍ଲକ୍ର ସମସ୍ତ ପଞ୍ଚାୟତ ଗ୍ରାମରେ ଏକ ପେଡ ମା କେ ନାମ ବହୁଳ ଭାବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେବା ଆଦି ବିଷୟରେ ଆଲୋଚନା ହୋଇଥିଲା ।