ପୋଖରୀରେ ବୁଡ଼ି ଚାଷୀଙ୍କ ମୃତୁ୍ୟ
ତିହିଡ଼ି: ତିହିଡ଼ି ବ୍ଲକ ଅଧୀନ ହରିସିଂହପୁର ଗ୍ରାମର ଜନୈକ ଚାଷୀ ଆଜି ପୋଖୀରେ ପଡ଼ିଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ସୂଚନା ଅନୁଯାୟୀ ରବୀନ୍ଦ୍ର ଦାସ (୫୮) ଆଜି ବିଲରେ ଚାଷ କାର୍ଯ୍ୟ ଶେଷ କରି ଘରକୁ ଫେରିଥିଲେ । ତେବେ ପାଖରେ ଥିବା ଏକ ପୋଖୀରେ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ପୋଖରୀରେ ପଡ଼ିଯାଇଥିଲେ । ତାଙ୍କୁ ପୋଖରୀରୁ ଉଦ୍ଧାର କରାଯାଇଥିଲା । ପାଣିରେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଥିଲା । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି ।