ନିଖୋଜ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର
ସାଲେପୁର : ନଦୀ ପାଣିରେ ଭାସିଯାଇ ନିଖୋଜ ଥିବା କାଉଡ଼ିଆର ମୃତ ଦେହକୁ ଆଜି ଓଡ୍ରାଫ୍ ଟିମ୍ ଘଟଣା ଘଟିଥିବା ସ୍ଥଳରୁ ପ୍ରାୟ ୩କି.ମି. ଦୂରରେ ନଦୀ ପାଣିରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରିଛନ୍ତି । ଖବରରୁ ପ୍ରକାଶ ଯେ, ଗତକାଲି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ଦେବାଧିଦେବ ମହାଦେବଙ୍କୁ ଜଳାଭିଷେକ କରିବାପାଇଁ କାଶୀପୁର ଗ୍ରାମର ରବିନ୍ଦ୍ର ନାଥ କରଙ୍କ ପୁଅ ଅମୃତ୍ କର ଚିତ୍ରୋତ୍ପଳା ନଦୀରୁ ବଟେଶ୍ୱର ଗ୍ରାମ ନିକଟରେ ପାଣି ଉଠାଉଥିବାବେଳେ ଅସାବଧାନତା ହେତୁ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ । କାଲି ଦିନ ତମାମ ନଦୀପାଣିରେ ଓଡ଼୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିବାବେଳେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ଘଟଣା ସ୍ଥଳରୁ ପ୍ରାୟ ୩କି.ମି. ଦୂର କେନ୍ଦୁପାଟଣାସ୍ଥିତ ନାଗାମଠ ନିକଟରେ ନଦୀପାଣିରେ ଭାସୁଥିବାବେଳେ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଥିଲେ । ଖବର ପାଇ ସାଲେପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିବା ଜଣାଯାଇଛି ।