ବିପର୍ଯ୍ୟୟ ପ୍ରଶମନ ତାଲିମ କାର୍ଯ୍ୟକ୍ରମ

 କେନ୍ଦୁଝର : ଓସଡ଼ମା ସହଯୋଗରେ କେନ୍ଦୁଝର ଆପତ୍ତକାଳୀନ ବିଭାଗ ଆନୁକୂଲ୍ୟରେ ଜିଲା ସମ୍ପ୍ରସାରଣ ତାଲିମ କେନ୍ଦ୍ରରେ ଦୁଇଦିନିଆ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିପର୍ଯ୍ୟୟ ପ୍ରଶମନ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପିଇଓ ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ, ବିପର୍ଯ୍ୟୟ ସମୟରେ ଶୂନ୍ୟ ସହନଶୀଳତା, ଶୂନ୍ୟ ଜୀବନହାନି ନୀତି ଅନୁଯାୟୀ କାର୍ଯ୍ୟ କରିବାକୁ ହେଲେ ସ୍ୱତନ୍ତ୍ର ତାଲିମ ନେଇ କ୍ଷେତ୍ରରେ ଏହାର ସୁବିନିଯୋଗ କରିବାକୁ ପଡିବ, ଏହା ଦ୍ୱାରା ବିପର୍ଯୟ ଯୋଗୁଁ ଅନେକ ଧନଜୀବନ ରକ୍ଷା କରାଯାଇପାରିବ । ଆସିଷ୍ଟାଣ୍ଟ କଲେକ୍ଟର ସନ୍ତୋଷ କୁମାର ଜେନା କହିଥିଲେ ଯେ, ଏହି ତାଲିମ ଦ୍ୱାରା ଅନେକ ଅନାଲୋଚିତ ଜ୍ଞାନ ଆହରଣ କରାଯାଇ କ୍ଷେତ୍ର ସ୍ତରରେ ଲୋକଙ୍କ ହିତରେ ଉପଯୋଗ କରାଯାଇପାରିବ । ଜିଲା ରେଡ଼କ୍ରସ ଯୁଗ୍ମସମ୍ପାଦକ ତଥା ଜାତୀୟସ୍ତରୀୟ ମାଷ୍ଟର ତାଲିମ ଦାତା ଏ ଆର ଖାନ, ଜିଲା ପ୍ରକଳ୍ପ ଅଧିକାରୀ ଇଜାଜ ଇକବାଲ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ ।ଶିବିରରେ ୫୭ଜଣ ପିଇଓଙ୍କୁ ମାଷ୍ଟର ଟ୍ରେନର ରଞ୍ଜନ ପଟ୍ଟନାୟକ, କେଦାରନାଥ ଆରୁକ, ଡକ୍ଟର ମହାରଣା, ଓ ବିଭିନ୍ନ ବିଭାଗୀୟ ଅଧିକାରୀ ତାଲିମ ପ୍ରଦାନ କରିଥିଲେ । ଝସକେତନ ମହାନ୍ତ, ସେକ ମହମ୍ମଦ ସହନାୱାଜ, ସନ୍ଦୀପ ପଟ୍ଟନାୟକ, ମାନସ ସେଠୀ, ସସ୍ମିତାରାଣୀ ଧର ପ୍ରମୁଖ ଶିବିର ପରିଚାଳନା କରିଥିଲେ ।