ସୁପ୍ରିମକୋର୍ଟରେ ଆଜି ମୋକିମଙ୍କ ଭାଗ୍ୟ ନିର୍ଦ୍ଧାରଣ
ଭୁବନେଶ୍ୱର : ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ବା ଓଆରଏଚଡିସିରେ ଦୁର୍ନୀତି ନେଇ ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣି ଘୁଞ୍ଚାଇ ଦିଆଯାଇଛି । ଏହାର ଶୁଣାଣି ଆସନ୍ତାକାଲି ହେବ ବୋଲି କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ତେଣୁ ଆସନ୍ତାକାଲି ସୁପ୍ରିମକୋର୍ଟରେ କଟକ-ବାରବାଟୀ ବିଧାୟକଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ । ୨୦୨୪ ନିର୍ବାଚନ ମୋକିମ୍ ଲଢ଼ି ପାରିବେ କି ନାହିଁ ସର୍ବୋଚ୍ଚ ଅଦାଲତଙ୍କ ଫୈସଲାରୁ ସ୍ପଷ୍ଟ ହେବ । ଓଏଚଆରଡିସି ଦୁର୍ନୀତି ମାମଲାରେ ଅପ୍ରେଲ ୧୦ ତାରିଖରେ କଟକ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବିଧାୟକ ମହମ୍ମଦ ମୋକିମ୍ । ଗତ ମଙ୍ଗଳବାର ଅଦାଲତ ଏହି ମାମଲାର ଶୁଣାଣି କରି ମୋକିମଙ୍କ ଆତ୍ମସମର୍ପଣ ନିଦେ୍ର୍ଦଶ ଉପରେ ୨୨ ତାରିଖ ପର୍ଯ୍ୟନ୍ତ ରୋକ୍ ଲଗାଇଥିଲେ ।