ପୁରୀରେ ମଠ ଭାଙ୍ଗିବା ପ୍ରସଙ୍ଗ ଭାଙ୍ଗିଥିଲେ ନବୀନ, ଗଢ଼ିବେ ମୋହନ
ଭୁବନେଶ୍ୱର : ପରିକ୍ରମା ପ୍ରକଳ୍ପ ବେଳେ ଅନେକ ମଠକୁ ତକôାଳୀନ ନବୀନ ସରକାର ଭାଙ୍ଗି ଦେଇଥିଲେ । ଏବେ ସେହି ସବୁ ମଠର ପୁନର୍ବାସ କରିବାକୁ ମୋହନ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସରକାର ନୀତିଗତ ନିଷ୍ପତ୍ତି ନେଇଥିବାବେଳେ ୧୯ ମଠର ପୁନର୍ବାସ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି । ଏସଂକ୍ରାନ୍ତରେ ସୂଚନା ଦେଇ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତିଯେ, ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠ ମନ୍ଦିରଗୁଡିକୁ ସରକାର ପୁନର୍ବାସ କରିବେ । ଏନେଇ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଗୋଟିଏ ସ୍ଥାନରେ ମଠର ବିଜେସ୍ଥଳୀ ହେଲେ ଭକ୍ତଙ୍କ ପାଇଁ ସୁବିଧା ହେବ । ଶ୍ରୀମନ୍ଦିରର ସେବା ଦେବାକୁ ବି ସୁବିଧା ହେବ । ଇତିମଧ୍ୟରେ ୧୯ଟି ମଠକୁ ପୁନର୍ବାସ ପାଇଁ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇଛି । ପୁରୀ ସହରରେ ଏନେଇ ଜାଗା ଚିହ୍ନଟ ହୋଇଛି । ଏନେଇ ଦେବାତ୍ତର କମିସନଙ୍କ ସହ ଦୁଇ ଥର ବୈଠକ ମଧ୍ୟ ହୋଇଛି ବୋଲି ସେ କହିଛନ୍ତି ।