ହୋଲି ପୂର୍ବରୁ ନିଅନ୍ତୁ କେଶ ,ତ୍ୱଚାର ଯତ୍ନ

ହୋଲି ପୂର୍ବରୁ ନିଅନ୍ତୁ  କେଶ ,ତ୍ୱଚାର ଯତ୍ନ

ଆସୁଛି ରଙ୍ଗର ପର୍ବ ହୋଲି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଉତ୍ସାହ ଭରିଯାଏ। ଗାଁଠୁ ସହର ସବୁଠି ଚାଲେ ରଙ୍ଗର ଖେଳ । ଏହା ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏକ ମାଧ୍ୟମ । ପିଲାଠୁ ବୟସ୍କ ସମସ୍ତେ ମସଗୁଲ ହୁଅନ୍ତି ହୋଲି ଖେଳରେ। ରଙ୍ଗ ଓ ରଙ୍ଗ ପିଚକାରୀର ଦବଦବା ରହେ । ହୋଲି ଖେଳ ପଛରେ ପୌରାଣିକ ତତ୍ୱ ବି ରହିଛି । ମାର୍କେଟରେ ଏବେଠୁ ମିଳିଲାଣି ଭଳିକି ଭଳି ରଙ୍ଗ। ଆପଣ ଜାଣନ୍ତି କି ରଙ୍ଗରେ ଭିନ୍ନ ଭିନ୍ନ ପ୍ରକାରର କେମିକାଲ ମିଶିଥାଏ। ଯାହାକୁ ବ୍ୟବହାର କଲେ ଆପଣଙ୍କ ତ୍ୱଚା ହେଉ ଅବା କେଶ ନଷ୍ଟ ହେବାର ଅନେକ ସମ୍ଭାବନା ଥାଏ। ତେବେ କେମିତି ଏଥିରୁ ବର୍ତ୍ତିବେ।
ହୋଲିର ରଙ୍ଗଗୁଡ଼ିକ ଯେପରି କ୍ଷତି ନ କରେ ତାହା ନିଶ୍ଚିତ କରିବା ପାଇଁ, ଆପଣ ସନସ୍କ୍ରିନ୍ ମଧ୍ୟ ଲଗାଇପାରିବେ । ହୋଲି ଖେଳିବାର 30 ମିନିଟ୍ ପୂର୍ବରୁ ସନସ୍କ୍ରିନ୍ ଲଗାନ୍ତୁ । ଏହା ଆପଣଙ୍କ ଚର୍ମକୁ କ୍ଷତି ପହଞ୍ଚାଏ ନାହିଁ । ସେହି ସମୟରେ, ଆପଣଙ୍କ ମୁହଁରେ କୌଣସି ପ୍ରକାରର ମେକଅପ୍ ଲଗାନ୍ତୁ ନାହିଁ । ହୋଲି ଖେଳିବା ପୂର୍ବରୁ, ମୁହଁରେ ସଠିକ୍ ଭାବରେ ମଇଶ୍ଚରାଇଜର ଲଗାଇବା ଉଚିତ ।

ଉତ୍ତମ କେଶ ବଜାୟ ରଖିବା ପାଇଁ, ହୋଲିର ଗୋଟିଏ ସପ୍ତାହ ପୂର୍ବରୁ ସ୍ପ୍ଲିଟ୍ ଏଣ୍ଡସକୁ କାଟି ଟ୍ରିମ୍ କରନ୍ତୁ । ତେବେ ଚୁଟି ଅଧିକ ସମୟ ଖୋଲା ନକରି ଖୋସା କିମ୍ବା ବେଣୀ କରନ୍ତୁ । ଚୁଟି ଖୋଲା ରହିବା ଦ୍ବାରା ସେଥିରେ ରଙ୍ଗ ପଶି ସମସ୍ୟା ହୋଇପାରେ । ରଙ୍ଗ ସହିତ ହୋଲି ଖେଳିବା ପରେ, ପ୍ରଥମେ କେଶକୁ ପାଣିରେ ସଫା କରନ୍ତୁ ଏବଂ ଏହା ପରେ ହାଲୁକା ସାମ୍ପୁରେ କେଶ ଧୋଇ ଦିଅନ୍ତୁ । ଏହା କେଶକୁ ଶୁଷ୍କ ହେବାରୁ ରକ୍ଷା କରିବ । ହୋଲି ଖେଳିବା ପୂର୍ବରୁ, ନଡ଼ିଆ କିମ୍ବା ଅଲିଭ୍ ତେଲରେ ଆପଣଙ୍କ କେଶକୁ ମୂଳରୁ ଶେଷ ପର୍ଯ୍ୟନ୍ତ ମାଲିସ୍ କରନ୍ତୁ । ଏହା ବ୍ୟତୀତ ହାତ ଏବଂ ପାଦରେ ନଡ଼ିଆ ତେଲ ଭଲ ଭାବରେ ଲଗାନ୍ତୁ। ଏହି ରଙ୍ଗଗୁଡ଼ିକୁ ଚର୍ମରେ ପ୍ରବେଶ କରିବାକୁ ଦିଏ ନାହିଁ ଏବଂ ହୋଲି ପରେ ରଙ୍ଗଗୁଡ଼ିକ ସହଜରେ ଧୋଇ ହୋଇଯାଏ । ଯଦି ଆପଣ ଏହି ସବୁ ଟିପ୍ସ ବ୍ୟବହାର କରୁଛନ୍ତି ନିଶ୍ଚତ ଭାବରେ ଆପଣ କେମିକାଲରୁ ନିଜର ଏବଂ ନିଜ ତ୍ୱଚାର ଯତ୍ନ ନେଇପାରିବେ।