୪୪ ତହସିଲ ଅଫିସରେ ଆରମ୍ଭ ହେଲା ଜମି କିଣାବିକା

୪୪ ତହସିଲ ଅଫିସରେ ଆରମ୍ଭ ହେଲା ଜମି କିଣାବିକା

 ଭୁବନେଶ୍ୱର : ଏଣିକି ସହଜ ହେବ ଜମି କିଣାବିକା । ତହସିଲ ଅଫିସରେ ହେବ ଜମି କିଣାବିକା । ପ୍ରଥମ ପ୍ରର୍ଯ୍ୟାୟରେ ୪୪ ଟି ତହସିଲ ଅଫିସରେ ହେବ ଜମି କିଣା ବିକା । ଏନେଇ ଲୋକସେବା ଭବନରେ ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବର୍ତ୍ତମାନ ଜମି କିଣା ବିକା ପାଇଁ ୪୪ଟି ତହସିଲରେ ସବ୍‌-ରେଜିଷ୍‌ଟ୍ରେସନ୍‌ କାର୍ଯ୍ୟାଳୟ ଆରମ୍ଭ ହୋଇଛି । ଜମି କିଣା ବିକା ପୂର୍ବରୁ ଅନଲାଇନରେ ସ୍ଲଟ ବୁକ କରି କରିପାରିବେ ଜମି ପଞ୍ଜିକରଣ । 

 ବାକିଥିବା ୫୬ଟି ତହସିଲରେ ଡିସେମ୍ବରରେ ଶୁଭାରମ୍ଭ କରିବାକୁ ସରକାର ଯୋଜନା କରିଛନ୍ତି । ତେବେ ଅନଲାଇନରେ ସ୍ଲଟ୍‌ ବୁକ କରି ତହସିଲ କାର୍ଯ୍ୟାଳୟରେ ଜମି କିଣାବିକା କରି ପାରିବେ । ସର୍ବାଧିକ ମୟୁରଭଞ୍ଜରେ ୧୨, କୋରାପୁଟରେ ୭, ସମ୍ବଲପୁରରେ ୫, ଢେଙ୍କାନାଳରେ ୪ଟି, କନ୍ଧମାଳରେ ୩ଟି ତହସିଲରେ ଉପନିବନ୍ଧନ କାର୍ଯ୍ୟାଳୟ ଖୋଲିଛି ।