ଆନ୍ଧ୍ର ପଥର ଖଣି ଦୁର୍ଘଟଣା : ୬ ଓଡିଆ ପୁଅ ମୃତ !

ଆନ୍ଧ୍ରର ଏକ ପଥର ଖଣି ବିସ୍ଫୋରଣରେ ୬ଜଣ ଓଡିଆଙ୍କର ମୃତୁ୍ୟ ଘଟିଛି । ୬ଜଣ ଓଡିଆ ପୁଅଙ୍କ ମୃତୁ୍ୟ ସୂଚନା ଦେଇଛି ଜାତୀୟ ଗଣମାଧ୍ୟମ । ବପଟଲା ଜିଲ୍ଲାର ବଲ୍ଲିକୁରଭା ଗ୍ରାନାଇଟ୍ ପଥର ଖଣିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ବିସ୍ଫୋରଣରେ ଆହୁରି ୧୦ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ହୋଇଥିବା ଆହତଙ୍କ ପରିଚୟ ଏଯାଏଁ ସ୍ପଷ୍ଟ ରହିଛି ।