ଏଏସଡି ଆଡଜଷ୍ଟମେଣ୍ଟ ଏକ ବୈଧାନିକ ଓ ନିୟାମକ ପ୍ରକ୍ରିୟା: ଟିପି ଡିସକମ୍
ଭୁବନେଶ୍ୱର : ଟିପି ଓଡ଼ିଶା ବିଦ୍ୟୁତ ବିତରଣକାରୀ କମ୍ପାନୀଗୁଡ଼ିକ କହିଛନ୍ତି ଯେ ବିଦ୍ୟୁତ ବିଲ୍ରେ ଅତିରିକ୍ତ ସିକ୍ୟୁରିଟି ଜମା ରାଶି (ଏଏସଡି) ଆଦାୟ ଏକ ବିଧିବଦ୍ଧ ଆବଶ୍ୟକତା ଯାହା ବିଦ୍ୟୁତ ଆଇନ, ୨୦୦୩ ଅଧୀନରେ ବାଧ୍ୟତାମୂଳକ ଏବଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ନିୟମାବଳୀ ଅନୁସରଣ କରୁଛି । କୌଣସି ଡିସକମ୍ ପାଇଁ ସିକ୍ୟୁରିଟି ରାଶି (ଏସଡି) ଆଡଜଷ୍ଟମେଣ୍ଟ ଏବଂ ଅତିରିକ୍ତ ସିକ୍ୟୁରିଟି ଜମାରାଶି (ଏଏସଡି) ସମ୍ପୂର୍ଣ୍ଣ ରୂପେ ଉପଭୋକ୍ତାଙ୍କ ବିଦ୍ୟୁତ ବ୍ୟବହାର ରୂପରେଖ ଓ ରାଜ୍ୟରେ ଲାଗୁ ଶୁଳ୍କ ସହ ଯୋଡ଼ିହୋଇରହିଛି । ପୂର୍ବ ଆର୍ଥିକ ବର୍ଷରେ ଯେଉଁ ଉପଭୋକ୍ତାଙ୍କମାନଙ୍କ ବିଦ୍ୟୁତ ବ୍ୟବହାର ହ୍ରାସ ପାଇଛି ସେମାନଙ୍କ ବିଦ୍ୟୁତ ବିଲ୍ରେ ସିକ୍ୟୁରିଟି ଜମା ରାଶି ଆଡଜଷ୍ଟମେଣ୍ଟ ପାଇଁ ସେମାନେ ଯୋଗ୍ୟ ବିବେଚିତ ହେବେ । ସେହିପରି, ଯେଉଁ ଉପଭୋକ୍ତାମାନଙ୍କ ବିଦ୍ୟୁତ ବ୍ୟବହାର ବଢ଼ିଥିବ ସେମାନଙ୍କୁ ଅତିରିକ୍ତ ସିକ୍ୟୁରିଟି ଜମା ରାଶି ଜମା କରିବାକୁ ପଡ଼ିବ ଯାହା ନିଶ୍ଚିତ କରିବ ଯେ ନିୟାମକ ବ୍ୟବସ୍ଥା ଅନୁସାରେ ସିକ୍ୟୁରିଟି ଜମା ରାଶି ଯଥେଷ୍ଟ ପରିମାଣର ରହିଛି ।
ଏ ସମ୍ପର୍କରେ ଟାଟା ପାୱାର ର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ, ଗଜାନନ କାଲେ କହିଛନ୍ତି ଯେ, ‘ପ୍ରାୟ ୧ କୋଟି ଉପଭୋକ୍ତାଙ୍କୁ ସେବା ଯୋଗାଇବା ସହ ଆମର ଉପଭୋକ୍ତା ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ବର୍ଷର ୩୬୫ ଦିନ ୨୪ଘଣ୍ଟା ନିରନ୍ତର ବିଦ୍ୟୁତ ସେବା ଯୋଗାଇବା ପାଇଁ ଟାଟା ପାୱାର ଏକ ସୁଦୃଢ଼ ନିୟାମକ ବ୍ୟବସ୍ଥା ଅନୁସରଣ କରୁଛି । ସିକ୍ୟୁରିଟି ଡିପୋଜିଟ୍ର ବାର୍ଷିକ ସମୀକ୍ଷା ହେଉଛି ନିୟାମକଙ୍କ ଦ୍ୱାରା ନିର୍ଦ୍ଧାରିତ ଏକ ଆଇନଗତ ପ୍ରକ୍ରିୟା, ଯାହା ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା କରିବା ସହ ବ୍ୟବସାୟିକ ନିରନ୍ତରତା ବଜାୟ ରଖିବା ପାଇଁ ପ୍ରସ୍ତୁତ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସିକ୍ୟୁରିଟି ଜମା ଉପରେ ବାର୍ଷିକ ୬.୫୦ ପ୍ରତିଶତ ସୁଧ ପ୍ରଦାନ କରାଯାଉଛି ଯାହାକୁ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ନିୟମିତ ବିଲ୍ରେ ଆଡଜଷ୍ଟ୍ କରାଯାଉଛି । କମ୍ ବିଦ୍ୟୁତ ବ୍ୟବହାର ଭଳି ମାମଲାରେ ଅତିରିକ୍ତ ସିକ୍ୟୁରିଟି ଜମାକୁ ଉପଭୋକ୍ତାଙ୍କ ନିୟମିତ ବିଦ୍ୟୁତ ବିଲ୍ରେ ଆଡଜଷ୍ଟ୍ କରାଯାଉଛି । ସିକ୍ୟୁରିଟି ଜମାକୁ ଫିକ୍ସଡ ଡିପୋଜିଟ୍ ଭାବେ ରଖାଯାଉଛି ଏବଂ ଅନ୍ୟ କୌଣସି ପରିଚାଳନା କାର୍ଯ୍ୟରେ ତାହାକୁ ବ୍ୟବହାର କରାଯାଉନାହିଁ’ ।