ଦୁର୍ନୀତିର ଗନ୍ତାଘର ପାଲଟିଛି ମୁନିସ୍ପାଲିଟି: ଭିଜିଲାନ୍ସ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

 ନବରଙ୍ଗପୁର :  ନବରଙ୍ଗପୁର ମୁ୍ୟନିସ୍ପାଲଟିର ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଣିଯୋଗ ଆଣି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଜିଲ୍ଲା ବିଜେଡିର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ମୁ୍ୟନିସ୍ପାଲଟିର ବିଭିନ୍ନ କାର୍ଯ୍ୟରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । ଗ୍ରୀନ ଫିଲଡ୍ ମାଧ୍ୟମରେ ଚାଲିଥିବା ବିଭିନ୍ନ ସାହିର ନିର୍ମାଣଧିନ ଫେବର ବ୍ଲକ ରାସ୍ତା କାମରେ କୋଟି କୋଟି ଟଙ୍କାର ହେରଫେର ହେବା ସହିତ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି । ଏହାସହ ଜନବସତି ନ ଥିବା ସ୍ଥାନକୁ ରାସ୍ତା ନିର୍ମାଣ ସହ ଚାଷ ଜମି ଭିତରେ ରାସ୍ତା ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି । ଏଥିସହ ଆରଟିଓ କାର୍ଯ୍ୟାଳୟ ନିକଟରେ ଥିବା ମୁ୍ୟନିସ୍ପାଲଟିର ଡମ୍ପିଙ୍ଗ ୟାର୍ଡÿ ନିର୍ମାଣରେ ଦୁର୍ନୀତି ହୋଇଥିବାବେଳେ ସହରର ସାହିମାନଙ୍କରେ ଦୁଇ ଓଳି ଝାଡୁ କରା ନ ଯାଇ ଅର୍ଥ ଆତ୍ମସାତ୍ କରାଯାଇଛି । ସେହିପରି ସହରର ସମସ୍ତ ଡ୍ରେନ୍ମାନଙ୍କରେ କେବେ ମଧ୍ୟ ଫିନାଇଲ, ମଶା ତେଲ ପ୍ରୟୋଗ କରାନଯାଇ ମିଥ୍ୟା ବିଲ କରି ଟଙ୍କା ହଡପ କରାଯାଇଥିବା ଅଭିଯୋଗ କରିଛନ୍ତି । ଏଥିସହ ମୁ୍ୟନିସ୍ପାଲଟିି ଷ୍ଟଲ ବଣ୍ଟନରେ ଦୁର୍ନୀତି କରାଯାଇ ଉପଯୁକ୍ତ ହିତାଧିକାରୀଙ୍କୁ ଷ୍ଟଲ ବଣ୍ଟନ କରାନଯାଇ ଲକ୍ଷାଧିକ ଟଙ୍କା ବଦଳରେ ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କୁ ଷ୍ଟଲ ବଣ୍ଟନ କରାଯାଇଇଛି । ଯାହାଫଳରେ ସହରର ଗରିବ ଆର୍ଥôକ ଅନଗ୍ରସର ଶ୍ରେଣୀର ଲୋକେ ଷ୍ଟଲ ପାଇବାରୁ ବଞ୍ଚôତ ହୋଇଥିବା ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି । ସେହିପରି ବିଗତ ବର୍ଷେ ଦୁଇ ବର୍ଷେ ପୂର୍ବ ନିର୍ମାଣ ହୋଇଥିବା ରାସ୍ତା ବର୍ତ୍ତମାନ ଉଭାନ ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି । ତାଙ୍କୁ ମୁ୍ୟନିସ୍ପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପକ୍ଷରୁ ଅଣଦେଖା କରାଯାଉଥିବା ସମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ପୌର ଉପାଧ୍ୟକ୍ଷା ସୌମ୍ୟ ମହାପାତ୍ର ଅଭିଯୋଗ କରିଛନ୍ତି । ତେବେ ଏହି ସବୁ ଦୁର୍ନୀତି ନେଇ ନବରଙ୍ଗପୁର ଭିଜିଲାନ୍ସ ଦ୍ୱାରସ୍ଥ ହୋଇ ଦୁଇଟି ଭିନ୍ନ ଭିନ୍ନ ଏତଲା ଦିଆଯାଇଛି । ଯଦି ଦୁର୍ନୀତି ଖୋରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତାହା ହେଲେ କାର୍ଯ୍ୟାଳୟ ଘେରାଓ କରିବ ଜିଲ୍ଲା ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି । କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ତ ଦୁର୍ନୀତି କାର୍ଯ୍ୟରେ ଅଧ୍ୟକ୍ଷ ଓ କର୍ମଚାରୀଙ୍କ ସହ ମିଳିମିଶି ଅର୍ଥ ଆତ୍ମସାତ କରିବା ପରେ ଏବେ ଏଠାରୁ ବଦଳି ପାଇଁ ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପୁନଃ ଷ୍ଟଲ ବଣ୍ଟନ କରି ସେଥିରୁ ପ୍ରାୟ ୫କୋଟି ଟଙ୍କା ଆତ୍ମସାତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି । ତେଣୁ ତାଙ୍କ ବଦଳି ପୂର୍ବରୁ ଭିଜିଲାନ୍ସ ବିଭାଗ ଏଥିପ୍ରତି ଧ୍ୟାନ ଦେବାକୁ ଜରୁରୀ ହୋଇପଡିଛି । ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ସରୋଜ କୁମାର ପାତ୍ର, ଭୀମ ହରିଜନ, ପୂର୍ବତନ କାଉନସିଲର ଉତ୍ତମ ତ୍ରିପାଠୀ, ନଗର ସଭାପତି ପ୍ରମୋଦ କୁମାର ରଥ,  ଅବିଭକ୍ତ କୋରାପୁଟ ଜିଲ୍ଲା ଯୁବ ସଭାପତି ତାପସ କୁମାର ତ୍ରିପାଠୀ, ପୂର୍ବତନ କାଉନସିଲର ସୁଧୀର ମହାପାତ୍ରଙ୍କ ସମେତ କାଉନସିଲର ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।