ଏକାଠି ରାଜ୍ୟର ଗୌରବ ବଢ଼ାଇବା

ଏକାଠି ରାଜ୍ୟର ଗୌରବ ବଢ଼ାଇବା

ଭୁବନେଶ୍ୱର : ଓଡ଼ିଶାର ଏକ ସମୃଦ୍ଧ ଇତିହାସ ରହିଛି । ଭାରତବର୍ଷକୁ ଓଡ଼ିଶା ନେତୃତ୍ୱ ଦେଇଛି । ଆମ ରାଜ୍ୟରେ ବିକାଶ ପାଇଁ ସମସ୍ତ ସାଧନ ରହିଛି । ଏକାଠି ହୋଇ ରାଜ୍ୟର ଗୌରବ ବୃଦ୍ଧି କରିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଆମେ ସମସ୍ତେ ଗର୍ବିତଯେ, ଏ ମାଟିର ଝିଅ ଆଜି ଦେଶର ରାଷ୍ଟ୍ରପତି । ଆହୁରି ଗର୍ବର କଥାଯେ, ସେ ତାଙ୍କର ରାଜନୈତିକ ଯାତ୍ରା ପଚିଶ ବର୍ଷ ତଳେ ଏହି ଓଡ଼ିଶା ବିଧାନସଭାରୁ ଆରମ୍ଭ କରିଥିଲେ । ଆଜି ସେ ଦେଶର ରାଷ୍ଟ୍ରପତି ହୋଇ ଏ ମାଟିର ଗୌରବ ବୃଦ୍ଧି କରିଛନ୍ତି । 


    ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ ଆଜିର ଦିନଟି ଏକ ସମ୍ମାନର ଦିନ । ଭାରତର ରାଷ୍ଟ୍ରପତି ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିବେ । ଆଜି ଆପଣଙ୍କ ଠାରୁ ଶୁଣିବା ପାଇଁ ଆମେ ବ୍ୟଗ୍ରତାର ସହ ଅନେଇ ବସିଛୁ । ସମ୍ପ୍ରତି ଆମ ଦେଶର ଅନେକ ଆହ୍ୱାନର ସାମ୍ନା କରୁଛି । ବିବିଧତା ମଧ୍ୟରେ ଏକତା ହେଉଛି ଆମ ଦେଶର ସୌନ୍ଦର୍ଯ୍ୟ । ବିଭିନ୍ନ ଭାଷା, ଜୀବନ ଶୈଳୀ, ପରମ୍ପରା ଆମ ଭାରତର ରାଜନୀତିକୁ ମଜବୁତ୍‌ କରିଛି । ସ୍ୱାଧୀନତା ପରେ ଗଡ଼ଜାତ ରାଜ୍ୟ ମିଶ୍ରଣ ଏକ ଆହ୍ୱାନ ଥିଲା । ଯାହାକି ଏକ ରାଜନୈତିକ ଆହ୍ୱାନ ସୃଷ୍ଟି କରିଛି । ତେବେ ଭାରତର ନୀଳଗିରିରୁ ହିଁ ପ୍ରଥମ ଗଡ଼ଜାତ ମିଶ୍ରଣ ଆରମ୍ଭ ହୋଇଥିଲା । ଅର୍ଥାତ୍‌ ଓଡ଼ିଶା ହିଁ ଭାରତକୁ ନେତୃତ୍ୱ ଦେଇଛି । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ହେବାର ଗୌରବ ଲାଭ କରିଥିଲା । ନିକଟରେ ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପୂର୍ତ୍ତି ପାଳନ ହେଲା । ରାଷ୍ଟ୍ରପତି ଭାବେ