ବିଜେଡ଼ି ନେତା ଦିଲ୍ଲୀପଙ୍କୁ ଉଠାଇନେଲା ଇଓଡବ୍ଲ୍ୟୁ
କଟକ : ବିଜେଡ଼ି ନେତା ତଥା ନିମାପଡା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କୁ ଆଜି ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଉଠାଇ ନେଇଛି । ସ୍ଥାନୀୟ ବାଦାମବାଡି ଅଞ୍ଚଳ ସ୍ଥିତ ତାଙ୍କ ବାସଭବନରେ ଇଓଡବ୍ଳ୍ୟୁ ପକ୍ଷରୁ ଶୁକ୍ରବାର ଚଢ଼ାଉ ହୋଇଥିଲା । ଇଓଡବ୍ଲ୍ୟୁ ଦଳ ତାଙ୍କୁ ପଚରାଉଚୁରା କରିବା ସହ କାଗଜ ଯାଞ୍ଚ କରିବା ପରେ ଦିଲ୍ଲୀପଙ୍କୁ ଉଠାଇ ନେଇଥିଲା ।
ସୂଚନା ମୁତାବକ ଦିଲ୍ଲୀପ ନାୟକଙ୍କ ବାଦାମବାଡ଼ି ଘରେ ରେଡ଼ ହୋଇଥିଲା । ତାଙ୍କ ଘରେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଇଓଡବ୍ଲ୍ୟୁ ଖୋଳତାଡ଼ କରିଥିଲା । ପଚରା ଉଚୁରା ଓ କାଗଜ ପତ୍ର ଯାଞ୍ଚ ପରେ ଇଓଡବ୍ଲ୍ୟୁ ତାଙ୍କୁ ନେଇ ଯାଇଥିଲା । ଅପରପକ୍ଷରେ ତାଙ୍କ ବିରୋଧରେ ରାଜନୀତିକ ଷଡ଼ଯନ୍ତ୍ର କରାଯାଇ ଏଭଳି କରାଯାଇଛି ବୋଲି ଦିଲ୍ଲୀପ ଅଭିଯୋଗ କରିଛନ୍ତି । ନିମାପଡ଼ା ଆସନରେ ୨୦୨୪ ନିର୍ବାଚନରେ ପ୍ରାର୍ଥୀ ଥିଲେ । ଏହା ପୂର୍ବରୁ କଟକ ଜିଲ୍ଲାରେ ବିଜେଡ଼ିର ଆଗଧାଡ଼ିର ନେତା ଭାବେ ପରିଚିତ ଥିଲେ । ୨୦୨୪ ଏପ୍ରିଲରେ ଦିଲ୍ଲୀପ ନାୟକ ଶତାଧିକ ଭାଜପା କର୍ମକର୍ତ୍ତାଙ୍କ ସହ ବିଜେଡ଼ିରେ ଯୋଗ ଦେଇଥିଲେ ।