କୃଷି ବିଭାଗ ପକ୍ଷରୁ ବୈଠକ
 ନବରଙ୍ଗପୁର : ନବରଙ୍ଗପୁରରେ କୃଷକ ତାଲିମ୍ କେନ୍ଦ୍ରରେ ସାର ଓ ବିହନର ଅଧିକୃତ ବିକ୍ରେତା ମାନଙ୍କର ଦୁଇଟି ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ପାପଡ଼ାହାଣ୍ଡି, କୋଷାଗୁମୁଡ଼ା, ଡାବୁଗାଁ ବ୍ଲକ୍ର ୭୦ ଜଣ ଅଧିକୃତ ବିକ୍ରେତା ଯୋଗଦାନ କରିଥିଲେ । ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ସଭାପତିତ୍ୱରେ କୃଷି ଜିଲ୍ଲାଧିକାରୀ ବିଶ୍ୱଜିତ ସାହୁ, ପ୍ରଣୟ କୁମାର ମନ୍ତ୍ରୀ, ରାମ ଚନ୍ଦ୍ର ମୁଦୁଲି, ବ୍ଲକ୍ କୃଷି  ଅଧିକାରୀମାନେ ଉପସ୍ଥିତ ଥିଲେ । ଚଳିତ ଖରଫ ଋତୁରେ ସାର ଏବଂ ବିହନ ବିକ୍ରୟରେ ଅନିୟମିତତା ପରିଲକ୍ଷିତ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ  । ହାଇବ୍ରିଡ ଧାନ ଏବଂ ମକା ବିହନର ସୁଲଭ ବିକ୍ରି ନିମନ୍ତେ କେବଳ ପଞ୍ଜିକୃତ ବିହନ କମ୍ପାନୀ ମାନଙ୍କୁ ଅନୁମୋଦନ ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ । ନାନୋ ୟୁରିଆ ଏବଂ ଡିଏପିର ବ୍ୟବହାର କରି ଚାଷୀ ମାନେ ଅତ୍ୟଧିକ ସାର ପ୍ରୟୋଗର କୁପରିମାଣରୁ ଚାଷ ଜମିକୁ ସୁରକ୍ଷିତ ରଖିବା ପାଇଁ  ବିଶ୍ୱଜିତ୍ ସାହୁ ପରାମର୍ଶ ଦେଇଥିଲେ । ପସ ମେସିନ୍ ଷ୍ଟକ୍ ଏବଂ ଗୋଦାମ୍ରେ ରଖିଥିବା ଷ୍ଟକ୍ ନିହାତି ଭାବରେ ସମାନ ରଖିବା ପାଇଁ ସାର ଡିଲର୍ ମାନଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ପ୍ରତ୍ୟେକ ମାସର ସାର ଏବଂ ବିହନର ବିକ୍ରିବଟା ସଂକ୍ରାନ୍ତୀୟ ତଥ୍ୟ ୧- ଲାଇସେନ୍ସ ପୋର୍ଟାଲ୍ରେ ଅପଲୋଡ କରିବା ଓ ପ୍ରତ୍ୟେକ ବିକ୍ରେତା ପାଇଁ ବାଧ୍ୟତାମୂଳକ ବୋଲି ଆଲୋଚନା କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୨ଟା ଠାରୁ ୫ ଟା ପର୍ଯ୍ୟନ୍ତ ନବରଙ୍ଗପୁର, ନନ୍ଦହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକ୍ର ୫୦ ଜଣ ଅଧିକୃତ ବିହନ ଏବଂ ସାର ବିକ୍ରେତାମାନେ ଯୋଗଦାନ କରିଥିଲେ  ।
ଉକ୍ତ ବୈଠକରେ କୃଷି ଜିଲ୍ଲା ଅଧିକାରୀ ଅନିଲ କୁମାର ପ୍ରହରାଜ, ଡିଲର ମାନଙ୍କୁ ଷ୍ଟକ୍ ରେଜିଷ୍ଟର, ସେଲ୍ ରେଜିଷ୍ଟର, ସାରର ମୂଲ୍ୟ ସୂଚୀ ଏବଂ ବଳକା ସାରର ପରିମାଣ ସଂକ୍ରାନ୍ତରେ ଲିଖିତ ଆକାରରେ ସ୍ପଷ୍ଟିକରଣ ଦେବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହି ସଭାରେ ସମସ୍ତ ବ୍ଲକ୍ର ଅଧିକାରୀମାନେ ଉପସ୍ଥିତ ଥିଲେ । ଚଳିତ ଖରିଫ୍ ଋତୁରେ ଅଦ୍ୟାବଧି ୨୧୯୨୨.୦୭୫ ମାଟ୍ରିକ ଟନ ସାର ନବରଙ୍ଗପୁର ଜିଲ୍ଲାରେ ଉପଲବ୍ଧ କରାଯାଇଛି । ଯଦିଓ ଚଳିତ ଖରିଫ୍ ଋତୁ ପାଇଁ ୬୮୯୬୦ ହେକ୍ଟର ମକା ଚାଷ ହେବାର ସରକାରୀ ଖସଡ଼ା ପ୍ରସ୍ତୁତ କରାଯାଇଛି । ୠଜଇ ଏବଂ ଅନ୍ୟାନ୍ୟ ଅଧିକୃତ ଜମି ମାନଙ୍କରେ ମକା ଚାଷର ପରିମାଣ ଯଥେଷ୍ଟ ଅଧିକା ହେଉଥିବାରୁ ଉପସ୍ଥିତ ଅଧିକୃତ ବିକ୍ରେତାମାନେ ଜିଲ୍ଲା ପାଇଁ ସ୍ଥିର କରାଯାଇଥିବା ଆବଶ୍ୟକୀୟ ସାର ପରିମାଣ ଠାରୁ ଅଧିକା ସାର ଯୋଗାଣ ନିମନ୍ତେ ନିଜର ମତ ପ୍ରକାଶ କରିଥିଲେ  ।                        
 
 Rasmita Behera
                                    Rasmita Behera                                 
    
             
    
             
    
 
    
 
 
 
