ଦୁଇ ପାକ୍ କ୍ରିକେଟରଙ୍କ ନାଁରେ ବିସିସିଆଇର ଅଭିଯୋଗ

ଏସିଆ କପ୍ : ଦୁଇ ପାକିସ୍ତାନୀ କ୍ରିକେଟରଙ୍କ ବିରୋଧରେ ବିସିସିଆଇର ଅଭିଯୋଗ । ହାରିସ୍ ରୌଫ୍ ଓ ସାହିବଜାଦା ଫରହାନଙ୍କ ନାଁରେ ଅଭିଯୋଗ କଲା ବିସିସିଆଇ । ଆଇସିସି ପାଖରେ ଆଧିକାରିକ ଭାବେ ଅଭିଯୋଗ କଲା ବିସିସିଆଇ । ଦୁଇ ଖେଳାଳୀ ପଡିଆରେ ଉସୁକାଇବା ଭଳି ଆଚରଣ କରିଥିବା ଅଭିଯୋଗ । ଆଇସିସି ଏଲିଟି ପ୍ୟାନେଲ୍ ନିକଟରେ ୁଭୟ ଖେଳାଳୀ ହାଜର ହୋଇପାରନ୍ତି । ରବିବାର ମ୍ୟାଚରେ ଅର୍ଦ୍ଧଶତକ ପରେ ସାହିବଜାଦା ଗନଫାୟାର ସେଲିବ୍ରେଶନ କରିଥିଲେ । ହାରିସ୍ ରୌଫ ଅଙ୍ଗୁଳିରେ ୬-୦ ର ସଙ୍କେତ ଦେଖାଇ ଭାରତୀୟଙ୍କୁ ପରିହାସ କରିଥିଲେ ।