ଜାତୀୟ ପ୍ରେସ୍ ଦିବସର ଅନୁଚିନ୍ତନ
ସ୍ୱାଧୀନତାର ୧୯ ବର୍ଷ ପରେ ସୁସ୍ଥ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ କରିବା ପାଇଁ ଏଭଳି ମହତ୍ତ୍ୱ ଉଦ୍ଦେଶ୍ୟକୁ ସଫଳତାର ସହିତ ପରି·ଳନା କରିବା ଉଦ୍ଦେଶ୍ୟରେ ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ଭାରତରେ ପ୍ରଥମ କରି ପ୍ରେସ୍ କାଉନ୍ସିଲ୍ ଗଠନ କରି କାର୍ଯ୍ୟ ଆରମ୍ଭ କରିଥିଲା । ସମ୍ବାଦବାହୀ ଗଣମାଧ୍ୟମକୁ ସାମଗ୍ରିକ ଭାବେ ପ୍ରେସ୍ ବୋଲି କୁହାଯାଏ । ଏକ ମୁକ୍ତ ଓ ଦାୟିତ୍ୱଶୀଳ ପ୍ରେସ୍ର ପ୍ରତୀକ ଭାବରେ ଏହି ଦିନଟିକୁ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଉଛି ।
ପ୍ରେସ୍ କାଉନ୍ସିଲ୍ ଏକ ନୈତିକ ପ୍ରହରୀ । ଦୁଇଟି ମୁଖ୍ୟ ଉଦ୍ଦେଶ୍ୟରେ ଏହା ଗଠିତ ହୋଇଥିଲା । ପ୍ରଥମ ପ୍ରେସ୍ ବା ସମ୍ବାଦବାହୀ ଗଣମାଧ୍ୟମର ମାନ, ସମ୍ମାନ, ପରମ୍ପରା, ମର୍ଯ୍ୟାଦାକୁ ପ୍ରାଣମୂର୍ଚ୍ଛା ବଜାୟ ରଖିବା ଏହାର ମୌଳିକ ଅଧିକାର, କର୍ତ୍ତବ୍ୟ ଏବଂ ଗୁରୁଦାୟିତ୍ୱ ସମ୍ପନ୍ନ ଅଟେ । ଦ୍ୱିତୀୟ ଏହାକୁ ·ପ ଓ ପ୍ରଭାବରୁ ମୁକ୍ତ ରଖିବା ମୌଳିକ କର୍ତ୍ତବ୍ୟ । କାହାକୁ ଭ୍ରୁକ୍ଷେପ ନକରି ଜଣେ ଜଣେ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତିତ୍ୱ ଭାବରେ ସଠିକ୍ କଲମ ପରି·ଳନା କରିବାରେ ଅବହେଳା ନ କରିବା ଏହାର ବାସ୍ତବବାଦୀ ଧର୍ମ ଅଟେ । ଗଣମାଧ୍ୟମ ସବୁଠୁ ଊଦ୍ଧ୍ୱର୍ରେ । ଗଣମାଧ୍ୟମ ହେଉଛି ସମ୍ବିଧାନର ହର୍ତ୍ତା, କର୍ତ୍ତା, ଦଇବ ବିଧାତା, ତାହା ପୁଣି ରକ୍ଷାକବଚ ।
ଗଣମାଧ୍ୟମ ଆଜି ଗଣତାନ୍ତ୍ରିକ ଶାସକ କଳର ବ୍ୟବସ୍ଥା ମଧ୍ୟରେ ବନ୍ଦୀ ହୋଇଯାଇଛି । ସ୍ୱାଧୀନ ହେଲା ଦେଶ । ଅଥଚ ପରାଧୀନତାର ଆଢୁଆଳରେ, ସ୍ଥିତି ମଧ୍ୟରେ ଛନ୍ଦିହୋଇ ରହିଗଲା ଗଣମାଧ୍ୟମ, ଯାହାକି ନିଶ୍ଚିତରୂପେ ଏହା ଅଶୁଭ ସଙ୍କେତ ଅଟେ । ଗଣମାଧ୍ୟମକୁ ଅଣନିଶ୍ୱାସୀ କରି ରଖାଯାଇଛି, କଣ୍ଠରୋଧ କରାଯାଉଛି ଏହାର ସ୍ୱାଧୀନତାର ମାନେ କିଛି ନାହିଁ । ଶାସକର ବାହୁଛାୟା ତଳେ ବସତି ସ୍ଥାପନ କଲାଭଳି ଦୃଶ୍ୟ ପ୍ରତୀୟମାନ ହେଉଛି । ଗଣମାଧ୍ୟମର ସ୍ୱାଭିମାନ ଆଜି ରସାତଳଗାମୀ । ଗଣମାଧ୍ୟମ ଆଜି ଗଣଙ୍କର । ବହୁମୁଖୀ ମୂଲ୍ୟବୋଧ ସମସ୍ୟାକୁ ଜଳାଞ୍ଜଳି ଦେବାକୁ ବାଧ୍ୟ ହେଉଛନ୍ତି ଯାହା ଆମର ବିଶ୍ୱାସଘାତକ ଭଳି ପରିଚୟ ସୃଷ୍ଟି କରି ·ଲିଛି । ବଦନାମର ଆଖ୍ୟା ପାଉଛି ଏବଂ ଗଣଙ୍କର ବିଶ୍ୱାସ ଭାଜନରେ ଫିକା ପଡିଛି । ଏହି ପରିପ୍ରେକ୍ଷୀରେ ଏହାକୁ ପରିବର୍ତ୍ତନ କରିବାକୁ ଆମର ସ୍ୱପ୍ନ ସାକାର କରିବାକୁ ପଡ଼ିବ । ଗଣମାଧ୍ୟମକୁ ଆହୁରି ଦୃଢତାର ସହିତ ଶକ୍ତିଶାଳୀ କରିବାକୁ ପଡ଼ିବ । ଗଣମାଧ୍ୟମର ନିଜସ୍ୱ ସ୍ୱାଧୀନତାର ଜନ୍ମ ଆଜି ପାଣିର ଗାର ଭଳି ପ୍ରତୀୟମାନ ହେଉଛି । ଗରିବ ଦେଶରେ ଗରିବର ଦୁଃଖ ଯେଉଁ ଖବରକାଗଜରେ ପ୍ରକାଶ ପାଉଛି, ସରକାରୀ କଳ ତାହାକୁ ଭ୍ରୁକ୍ଷେପ କରିବା ପରିବର୍ତ୍ତେ ଖବରଟିକୁ ଡ଼ଷ୍ଟବିନ୍ରେ ଫୋପାଡ଼ି ଦିଆଯାଉଛି । ଖବରକାଗଜକୁ ବଡ଼, ସାନ, ଛୋଟ, ବଡ଼ ଆଖ୍ୟା ଦିଆଯାଉଛି । ଏହାର ଆକାର ତୁଳନା କରାଯାଉଛି । ସରକାର ଏହାକୁ ବାଛବି·ର କରୁଛନ୍ତି ଯାହାକି ସରକାରଙ୍କର ଏଭଳି କୌଣସି ଅଧିକାର ସିଦ୍ଧିସାବ୍ୟସ୍ତ ନୁହେଁ । ଗଣମାଧ୍ୟମ ଆଜି ସରକାର ପାଖରେ ବନ୍ଧା ପଡ଼ିଯାଇଛି । ଏହା ବିଲକ୍ଷଣର ଚେତାବନୀ ବୋଲି କୁହାଯିବ । ଏଭଳି ସ୍ଥିତିରେ ଗଣମାଧ୍ୟମ ନିଜର ଭାରସାମ୍ୟ ହରାଇ ଯେଉଁ ଜାଗ୍ରତ ପ୍ରହରୀ ଭାବରେ ଗୁରୁଦାୟିତ୍ୱ ସୁ·ରୂ ରୂପେ ସମ୍ପାଦନ କରିବାର ଧର୍ମ ଆଜି ମଳିନ ଜଣାପଡୁଛି । ଦୁର୍ନୀତିଖୋର ଅଫିସର, ନେତାମାନଙ୍କ ପାଖରେ ଗଣମାଧ୍ୟମର ପ୍ରତିନିଧିମାନେ ଭିକାରୀ ସଦୃଶ ଉପାଧୀରେ ଭୂଷିତ ହେଉଛନ୍ତି ଯାହା ଆଦୌ ସମୀଚୀନ ନୁହେଁ । ତେଣୁ ଆମ୍ଭେମାନେ ଆଜିର ପବିତ୍ର ଦିବସଟିକୁ ଦେଶର ସାଧାରଣ ଜନତାଙ୍କୁ ବାଦ ଦେଲେ ଆମର ଗଣମାଧ୍ୟମର ଆଜି ହେଉଛି ଜାତୀୟ ଦିବସ । ଦେଶ ୧୯୪୭ ମସିହାରେ ସ୍ୱାଧୀନତା ପାଇଲା । କିନ୍ତୁ ଗଣମାଧ୍ୟମ ୧୯୬୬ରେ ବାସ୍ତବ ସ୍ୱାଧୀନତା ପାଇଲା ଏବଂ ଜାତୀୟ ମାନ୍ୟତା ପାଇଲା । ଦୁର୍ଭାଗ୍ୟବଶତଃ ଚତୁର୍ଥସ୍ତମ୍ଭର ମହତ୍ ଉଦ୍ଦେଶ୍ୟକୁ ଆମେ ବୁଝିପାରିନାହୁଁ । ଏହାହିଁ ଆଜିର ଦିବସର ଅନୁଚିନ୍ତା ।ଭାରତରେ ପ୍ରଥମେ ପ୍ରେସ୍ କମିଶନର ସୁପାରିସରେ ପାର୍ଲାମେଣ୍ଟର ଏକ ଆଇନ ବଳରେ ଜନ୍ମ ନେଇଥିଲା ପ୍ରେସ୍ କାଉନସିଲ । ତେଣୁ ଆଜିର ଅନୁଚିନ୍ତନ ଦିବସରେ ଆମର ଅନୁଚିନ୍ତା ନୈତିକତା ଓ ମୂଲ୍ୟବୋଧ କର୍ତ୍ତବ୍ୟକୁ ନିଜର ଧର୍ମ ଭାବରେ ଅନୁସରଣ ଏବଂ ଅନୁକରଣ କରି ଏକ ‘ଦୁର୍ନୀତିମୁକ୍ତ ଭାରତର’ ସ୍ୱପ୍ନକୁ ସାକାର କରିବା ପାଇଁ ଯେଉଁ ଗୁରୁଦାୟିତ୍ୱ ଭାରତର ସମ୍ବିଧାନ ଆମକୁ ଦେଇଛି, ସେଥିପାଇଁ ଭାରତର ଗଣତନ୍ତ୍ର, ଚତୁର୍ଥସ୍ତମ୍ଭ ଏବଂ ସମ୍ବିଧାନକୁ ଗଭୀର ସମ୍ମାନ ଜଣାଇବା ସହିତ ଆଜିର ଦିବସକୁ ଗଣମାଧ୍ୟମର ପ୍ରତିନିଧି ଏବଂ କର୍ମ·ରୀ ମାନଙ୍କ ପାଇଁ ଜାତୀୟସ୍ତରରେ ଛୁଟି ଘୋଷଣା କରିବାକୁ ମୁଁ ମୋର ବ୍ୟକ୍ତିଗତ ଭବେ ଅନୁରୋଧ କରୁଅଛି । ସର୍ବଶେଷରେ, ଆଜିର ଜାତୀୟ ପ୍ରେସ୍ ଦିବସରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏବଂ କର୍ମ·ରୀ ମାନଙ୍କୁ ଆନ୍ତରିକତାର ସହିତ ଶୁଭକାମନା, ଅଭିନନ୍ଦନ ଜଣାଉଛି । ଜୟ ଭାରତ, ଜୟ ଗଣମାଧ୍ୟମ ।
ପ୍ରଦୀପ ସେନାପତି
ମୋ : ୯୪୩୮୪୪୬୫୭୫