ସ୍ୱାର୍ଥୀ ବ୍ୟକ୍ତିଙ୍କୁ ଚିହ୍ନନ୍ତୁ, ସାମ୍ନାରେ ଭଲ ପଛରେ ଆଲୋଚନା
ଏମିତି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ସାମ୍ନାରେ ଭଲରେ କଥାବାର୍ତ୍ତା ହୋଇଥାନ୍ତି କିନ୍ତୁ ପିଠି ପଛରେ ଆପଣଙ୍କ ଆଲୋଚନା କରିଥାନ୍ତି । ଏଭଳି ବ୍ୟକ୍ତିଙ୍କ ଠାରୁ ଯେତେ ଦୂର ସମ୍ଭବ ଦୂରେଇ ରହିବା ଉଚିତ । ଏମାନେ Selfish ପ୍ରକୃତିର ହୋଇଥାନ୍ତି । କେବଳ ନିଜ ସୁବିଧା ଦେଖିଥାନ୍ତି । ଏଭଳି ବ୍ୟକ୍ତିଙ୍କ ଗହଣରେ ରହିବା ଦ୍ୱାରା ଆମ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପ୍ରଭାବିତ ହୋଇଥାଏ । ତେବେ ଏଭଳି Selfish ବ୍ୟକ୍ତିଙ୍କୁ ଚିହ୍ନିବା ପାଇଁ ଧ୍ୟାନ ଦିଅନ୍ତୁ ।
ସ୍ୱାର୍ଥୀ ବ୍ୟକ୍ତି ପାଖରେ ସହାନୁଭୂତିର ଅଭାବ ଦେଖାଦେଇଥାଏ । ସେମାନେ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିଥାନ୍ତି । ଏଭଳି ବ୍ୟକ୍ତି କେବଳ ନିଜ କାମ ପାଇଁ ଆପଣଙ୍କୁ ଖୋଜିଥାନ୍ତି । ଏମାନଙ୍କ କାମ ପୁରା ହୋଇଗଲେ ଅପଣଙ୍କୁ ଧନ୍ୟବାଦ ବି କହିନଥାନ୍ତି । ଏହା ଖରାପ ଶିଷ୍ଟାଚାର ଅଟେ ଯାହା ସ୍ୱାର୍ଥୀ ଲୋକଙ୍କ ଭିତରେ ଦେଖାଯାଏ । ଆପଣଙ୍କୁ ଅନେକ ସମୟରେ ଆଘାତ ବି ଦେଇଥାଏ ।
କିଛି ଲୋକ କଥା ହେବା ସମୟରେ କେବଳ ନିଜକୁ ଗୁରୁତ୍ୱ ଦେଇଥାନ୍ତି । ଅନ୍ୟର କଥା କମ୍ ଶୁଣିଥାନ୍ତି ଏବଂ ନିଜ ବିଷୟରେ ଅନେକ କଥା ଗପି ଚାଲନ୍ତି । ସେମାନେ କେବଳ ନିଜ ବିଷୟରେ ଶୁଣିବା ପସନ୍ଦ କରିଥାନ୍ତି ।