ଦିଲ୍ଲୀ ବିସ୍ପୋରଣ : ଆହତଙ୍କୁ ଭେଟଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଳୀ : ଭୁଟାନରୁ ଫେରିବା ପରେ, ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ଏଲଏନଜେପି ହସ୍ପିଟାଲ ପରିଦର୍ଶନ କରି ଦିଲ୍ଲୀ କାର ବୋମା ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ଭେଟିଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଚିକିତ୍ସା ସଂପର୍କରେ ବୁଝିଛନ୍ତି । ଆହତମାନଙ୍କୁ ଭେଟି ବା ସହ ପୀଡ଼ିତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ସୋମବାର ଦିଲ୍ଲୀରେ ହୋଇଥିବା ବିସ୍ଫୋରଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନା ମୂତାବକ, ସୋମବାର ଲାଲ କିଲ୍ଲା ନିକଟରେ ହୋଇଥିବା କାର ବିସ୍ପୋରଣରେ ୧୦ ଜଣ ପ୍ରାଣ ହରାଇବା ସହ ଅନେକ ଆହତ ହୋଇଥିଲେ । ଆହତ ମାନେ ଏଲଏନଜେପି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ଘଟିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନ ଧରି ଭୁଟାନ ଗସ୍ତରେ ଥିଲେ ।