ସୁସ୍ଥ ହୋଇ ଘରକୁ ଫେରିଲେ ଅଭିନେତା ଧର୍ମେନ୍ଦ୍ର

ସୁସ୍ଥ ହୋଇ ଘରକୁ ଫେରିଲେ ଅଭିନେତା ଧର୍ମେନ୍ଦ୍ର

ନୂଆଦିଲ୍ଳୀ : ସୁସ୍ଥ ହୋଇ ଘରକୁ ଫେରିଲେ ଅଭିନେତା ଧର୍ମେନ୍ଦ୍ର । ସ୍ଵତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କୁ ଜୁହୁ ସ୍ଥିତ ନିଜ ବାସଭବନକୁ ନିଆଯାଇଛି। ନଭେମ୍ବର ୧୦ ତାରଖରେ ଭେଣ୍ଟିଲେଟରରେ ରହିଥିଲେ । ଯାହା ପରେ ତାଙ୍କ ମୃତ୍ୟୁକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା । ୧୦ ଦିନ ପୂର୍ବରୁ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଧର୍ମେନ୍ଦ୍ରଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେ ପ୍ରାୟ ୧୧ ଦିନ ଧରି ଡାକ୍ତରୀ ତଦାରଖରେ ରହିଥିଲେ ଓ ବର୍ତ୍ତମାନ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଡାକ୍ତର କହିଛନ୍ତି। ସେ ବର୍ତ୍ତମାନ ଘରେ ବିଶ୍ରାମ ନେବା ସହ ତାଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଡିସଚାର୍ଜ ହେବା ସମୟରେ ତାଙ୍କର ପରିବାର ସଦସ୍ୟ ତଥା ପତ୍ନୀ ହେମା ମାଳିନୀ, ଇଶା ଦେଓଲ, ସନି ଦେଓଲ ଏବଂ ବବି ଦେଓଲ ହସ୍ପିଟାଲରେ ଉପସ୍ଥିତ ରହିଥିଲେ।