ଧନୁଆ ନଦୀ' ବନ୍ୟାର ସ୍ଥାୟୀ ପ୍ରତିକାର


 ଭୁବନେଶ୍ୱର  : ଆଜି ଲୋକସେବା ଭବନର କାର୍ଯ୍ୟାଳୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଧନୁଆ ନଦୀର ବନ୍ୟା ପରିସ୍ଥିତିର ସ୍ଥାୟୀ ପ୍ରତିକାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଶ୍ରୀମତୀ ପରିଡା ଧନୁଆ ନଦୀରେ ପ୍ରତିବର୍ଷ ଆସୁଥିବା ବନ୍ୟା ପରିସ୍ଥିତିର ସ୍ଥାୟୀ ପ୍ରତିକାର ଉପରେ ଆଲୋଚନା କରିବା ସହ ନିମାପଡା ଓ ପାଖାପାଖି ଅଞ୍ଚଳର କୃଷି ଓ ଜନଜୀବିକା କ୍ଷୟକ୍ଷତି ଉପରେ ମଧ୍ୟ ବିଶଦ ଆଲୋଚନା କରିଥିଲେ । 
ଏହି ବୈଠକରେ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ସମେତ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଡ଼ ଚନ୍ଦ୍ର ଶେଖର ପାଢ଼ୀ ଓ ବିଭାଗୀୟ ସମ୍ପୃକ୍ତ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ କି ଭାର୍ଗବୀ ନଦୀର ଅଚୁ୍ୟତପୁର କାଜ ଠାରୁ ଧନୁଆ ନଦୀ ବାଲିଅନ୍ତା ଓ ବାଲିପାଟଣା ଦେଇ ପୁରୀ ଜିଲ୍ଲାକୁ ପ୍ରଭାବିତ ହେଉଛି । ପୁରୀ ଜିଲ୍ଲାର ଦୁଃଖ ହୋଇ ଧନୁଆ ନଦୀର ବନ୍ୟା ପ୍ରତିବର୍ଷ ନିମାପଡା ଓ ପାଖାପାଖି ଅଞ୍ଚଳରେ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଥାଏ । ଗାଁ ଗଣ୍ଡାରେ ବନ୍ୟା ପାଣି ପଶି ଶହ ଶହ ହେକ୍ଟର ଧାନ ଜମି, ପରିବା ଫସଲ ଜମି ନଷ୍ଟ କରିଥାଏ । ଧନୂଆ ନଦୀରେ ବନ୍ୟା ଆସିଲେ ବନ୍ୟା ଜଳ ନିଷ୍କାସନ ହେବା ପାଇଁ ଏକ ସପ୍ତାହରୁ ଅଧିକ ସମୟ ଲାଗିଥାଏ । ଯାହାଦ୍ୱାରା ନିମାପଡା ଏବଂ ଗୋପ ଅଞ୍ଚଳର ଅନେକ ପଞ୍ଚାୟତ ପ୍ରଭାବିତ ହୋଇଥାଏ ବୋଲି ଏହି ବୈଠକରେ ଶ୍ରୀମତୀ ପରିଡା ପ୍ରକାଶ କରିଥିଲେ । ଏହି କ୍ଷୟକ୍ଷତିକୁ ରୋକିବା ସହ ଚାଷୀ ଓ ସାଧାରଣ ଲୋକମାନଙ୍କର ଜୀବନ ଜୀବିକାକୁ ସୁରକ୍ଷା ଦେବା ନିମନ୍ତେ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବା ସହ ବର୍ଷା ଋତୁ ଆସିବା ପୂର୍ବରୁ ଏହି ପ୍ଲାନ୍କୁ କାର୍ଯ୍ୟକାରୀ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ନିଦେ୍ର୍ଦଶ ଦେଇଛନ୍ତି ।