ନବକଳେବର ହେବ ଚିନିଶିଳ୍ପ , ଦୂର ହେବ ଶ୍ରମିକଙ୍କ ଦୁଃଖ
ଆସିକା: ଏସିଆ ମହାଦେଶର ସର୍ୱ ପୁରାତନ ସମବାୟ ଭିତ୍ତିକ ପ୍ରଥମ ଚିନିଶିଳ୍ପର ରୂପ ରେଖରେ ପରିବର୍ତ୍ତନ ହେବ । ଏଥି ସହ ଶିଳ୍ପର ନବକଳେବର ପାଇଁ ହୋଇଛି ଯୋଜନା । ଆସିକା ବିଧାୟକଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରି କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗକୁ ନେଇ ଗଠନ କରୁଛନ୍ତି ଟାସ୍କ ଫୋର୍ସ । ଗଞ୍ଜାମ ଜିଲ୍ଲା ଆସିକାରେ ପ୍ରତିଷ୍ଠା ହୋଇଥିଲା ଏହି ଚିନି କାରଖାନା । ଏହିଚିନି ଶିଳ୍ପରୁ ୧୯୬୩ ରୁ ଚିନି ଉତ୍ପାଦନ ଆରମ୍ଭ ହୋଇଥିଲା । ପରେ ଏହାର କ୍ଷମତା ବୃଦ୍ଧି ହୋଇଥିଲା । ଚିନି ଶିଳ୍ପ ପ୍ରତିଷ୍ଠା ହେବା ପରେ ଗଞ୍ଜାମ ଜିଲ୍ଲାରେ ଆଖୁ ଚାଷୀ ସଂଖ୍ୟା ବଢ଼ିଥିଲା । ଆଖୁଚାଷ କରି ଲୋକମାନେ ଉପକୃତ ହେଉଥିବା ବେଳେ ବିଗତ କିଛି ବର୍ଷ ହେଲା ଚିନି ଶିଳ୍ପ ପରିଚାଳନାଗତ ତ୍ରୁଟି, ଜଳ ସେଚନର ଅସୁବିଧା, ଆଖୁଦର ବୃଦ୍ଧି ନହେବା, ପ୍ରାକୃତିକ ବିପର୍ଯ୍ୟୟ, ଜଙ୍ଗଲି ଜନ୍ତୁଙ୍କ ଦ୍ୱାରା କ୍ଷତି ଫଳରେ ଆଖୁଚାଷ ପ୍ରତି ମୁହଁ ଫେରେଇ ନେବାରୁ କ୍ରମାଗତ କ୍ଷତିରେ ଚାଲୁଛି ଚିନି ଶିଳ୍ପ । ତେଣୁ ଏହା ଚିନ୍ତାର କାରଣ ଯୋଗୁଁ ସରକାର ପକ୍ଷରୁ ଗତ କାଲି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କରିବା ପାଇଁ ପ୍ରସ୍ତାବ ଆଗତ ହୋଇଛି । ଅପର ପକ୍ଷରେ ଆସିକା ସବାବାୟ ଚିନି ଶିଳ୍ପ ସଭାପତି ରବୀନ୍ଦ୍ର ପଣ୍ଡା କହିଛନ୍ତି ସରକାର ଟାସ୍କ ଫୋର୍ସ ଗଠନ କରିବା ପୂର୍ବରୁ ଆଖୁ ଚାଷୀମାନଙ୍କୁ ଧାନ ଚାଷ ଭଳି ଅତିରିକ୍ତ ବୋନସ ପ୍ରଦାନ କଲେ ଚାଷୀମାନେ ଉପକୃତ ହେବା ସହ ଆଖୁ ଚାଷ ପାଇଁ ଉସôାହିତ ହେବେ । ଯାହା ଦ୍ୱାରା ପୂର୍ବ ପରି ଆଖୁ ଚାଷୀଙ୍କ ସଂଖ୍ୟା ବଢ଼ିବ ଏବଂ ଆଖୁର ଉତ୍ପାଦନ ମଧ୍ୟ ବଢିବ । ଏହି ଚିନି କଳ ଉପରେ ଗଞ୍ଜାମର ୧୬ ବ୍ଳକ, ନୟାଗଡ ଓ ଖୋର୍ଦ୍ଧା ବ୍ଲକର ଆଖୁଚାଷୀ ନିର୍ଭର କରି ପ୍ରତି ପୋଷଣ ହେଉଥିଲେ । ସମୟ କ୍ରମେ ଆଖୁ ଚାଷ, ଚାଷୀଙ୍କ କ୍ଷତି ଓ ସମସ୍ୟା ବଢିବାରୁ ଚାଷ କମିଲା । ଅନେକ ଆଖୁ ଚାଷୀ ଏଥିରୁ ମୁହଁ ଫେରାଇ ଅନ୍ୟ ଚାଷ କରୁଥିବା ବେଳେ ଏବେ ପୁଣି ସରକାର ସେମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେଲେ ଆଖୁ ଚାଷ କରିବେ ବେଲି ପଢାଳ ଗ୍ରାମ କବିରାଜ ନାହାକ ଚାଷୀ, ହରିଡ଼ାପଦର ପଂଚାୟତର ବରିଷ୍ଠ ଆଖୁ ଚାଷୀ ଓ ପରିଚାଳନା ପରିଷଦର ନିଦେ୍ର୍ଦଶକ ପୂର୍ଣ୍ଣ ଚନ୍ଦ୍ର ବରାଡ ସମେତ ଅନେକ ଚାଷୀ କହିଛନ୍ତି ।