ଜଗନ୍ନାଥ ମନ୍ଦିରର ରନôମୁଦ ଓ ନୀଳଚକ୍ର ସ୍ଥାପନ: ମା’ ଲକ୍ଷ୍ମୀ ଓ ବିମଳାଙ୍କ ନୂତନ ମନ୍ଦିର ଶୁଭ ଅନୁକୂଳ

 ଆନନ୍ଦପୁର : ଆନନ୍ଦପୁର ବ୍ଲକ ଜଳସୁଆଁ ଗ୍ରାମରେ ପାବନଶ୍ରୀକ୍ଷେତ୍ର ଶାନ୍ତିଧାମରେ ମହାପ୍ରଭୁ ଜଗନ୍ନାଥ ମନ୍ଦିର ରନôମୁଦ କାର୍ଯ୍ୟକ୍ରମ, ନୀଳଚକ୍ର ସ୍ଥାପନ ସହିତ ମା’ଲଷ୍ମୀ ଓ ମା’ବିମଳାଙ୍କ ନୂତନ ମନ୍ଦିର ଶୁଭ ଅନୁକୂଳ ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ମନ୍ଦିର ନିର୍ମାଣ ଓ ଉନ୍ନୟନ ଟ୍ରଷ୍ଟର ଟ୍ରଷ୍ଟି ଦିଲ୍ଲୀପ କୁମାର ମାଝୀଙ୍କ ସଂଯୋଜନାରେ ପୁରିଧାମରୁ ଆସିଥିବା ମହାପ୍ରଭୁଙ୍କ ନୀଳଚକ୍ରକୁ ନୀଳମଣି ଯେନାଙ୍କ ନେତୃତ୍ୱରେ ପ୍ରଥମେ ଗ୍ରାମର ବାବା ଜଳେଶ୍ୱରଙ୍କ ମନ୍ଦିରରୁ ଆଜ୍ଞାମାଳ ନିଆଯାଇ ଶୋଭାଯାତ୍ରାରେ ନାମ ସଂକୀର୍ତ୍ତନ କରି ନୀଳଚକ୍ରକୁ ପାବନ ଶ୍ରୀକ୍ଷେତ୍ର ଶାନ୍ତିଧାମକୁ ଅଣାଯାଇଥିଲା । ପ୍ରାୟ ପଚାଶରୁ ଅଧିକ ଗ୍ରାମର ଜଗନ୍ନାଥ ପ୍ରେମୀ ଭକ୍ତ ମାନଙ୍କ ଗହଣରେ ରନôମୁଦ ଓ ନୀଳଚକ୍ର ସ୍ଥାପନ କରାଯାଇଥିଲା । ସାମାଜିକ କର୍ମୀ କାଜଲ ନାୟକ ଲଷ୍ମୀମନ୍ଦିର ଓ ପ୍ରସନ୍ନ ମାଝୀ ବିମଳା ମନ୍ଦିରର ଶୁଭ ଅନୁକୂଳ କରାଇଥିଲେ । କାର୍ଯ୍ୟକ୍ରମରେ କ୍ଷମାକର ମାଝୀ ଓ ମଧୁସ୍ମିତା ମହାପାତ୍ର କର୍ତା ଓ କର୍ତି ଭାବେ କାର୍ଯ୍ୟ ତୁଲାଇଥିଲେ । ଆଚାର୍ଯ୍ୟ ରଘୁନାଥ ପଣ୍ଡା ଓ ଶରତ ଦାଶ ପୂଜାପାଠ କରିଥିବା ବେଳେ ଶ୍ରୀକାନ୍ତ ମାଝୀ ଓ ବନ୍ଦିତା ମାଝୀ, ଅକ୍ଷୟ ମହାନ୍ତି, ରଞ୍ଜନ ମାଝୀ, ସନ୍ତୋଷ ମହାପାତ୍ର, ଚଗୁଲୁ ରଣା, ସୁଦାମ ସାହୁ, ନିରାକାର ମହାପାତ୍ର, ବିଦେଶୀ ରଣା, ଗଣେଶ୍ୱର ସା, ଶିରପାଣି ରଣା, ବେଣୁଧର ଯେନା ଆଦି ଗ୍ରାମବାସୀ ସହଯୋଗ କରିଥିଲେ ।