ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଜନଶୁଣାଣି
ସମ୍ବଲପୁର: ଜିଲ୍ଲାର ରେଢ଼ାଖୋଲ ବ୍ଲକ୍ ସ୍ଥିତ ରାଜୀବ ଭବନଠାରେ ଆଜି ଜିଲ୍ଲାପାଳ ଏବଂ ଏସ୍ପିଙ୍କ ମିଳିତ ଜନଶୁଣାଣି ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୂଚାରୁ କୁମାର ବଳ ଏବଂ ଅତିରିକ୍ତ ଏସ୍ପି ଅଜୟ ମିଶ୍ର ଶିବିରକୁ ଆସିଥିବା ୪୯ଟି ମାମଲାର ଶୁଣାଣି କରି ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଏଗୁଡ଼ିକର ସମାଧାନ ପାଇଁ ନିଦେ୍ର୍ଦଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ପୋର୍ଟାଲରେ ରହିଥିବା ବିଭିନ୍ନ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଶିବିରରେ ନିଦେ୍ର୍ଦଶ ଦିଆଯାଇଥିଲା । ଏଠାରେ ହିତାଧିକାରୀମାନଙ୍କୁ ତିନି ଚକିଆ ସାଇକେଲ, ଆଶାବାଡ଼ି ପ୍ରଭୃତି ସହାୟକ ଉପକରଣ ପ୍ରଦାନ କରାଯାଇଛି । ରେଢ଼ାଖୋଲ ବ୍ଳକ୍ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଜିଲ୍ଲା ଆରଟିଓ ରାମଦାସ ଟୁଡୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥୀ ପଟେଲ, ବିଡ଼ିଓ ମନୋଜ କୁମାର ମେହେର, ଏନ୍ଏସି ନିର୍ବାହୀ ଅଧିକାରୀ ବିରଞ୍ଚôଧୁରୁଆଙ୍କ ସମେତ ଅନ୍ୟ ଜିଲ୍ଲା ଓ ଉପଖଣ୍ଡସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।