ପାକ୍ ସହ ଥିଲା ୱାଙ୍ଗଚୁକଙ୍କ ସମ୍ପର୍କ

 ନୂଆଦିଲ୍ଲୀ: ଲଦାଖ ହିଂସା ପରେ ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବାବେଳେ ଏନେଇ ଲଦାଖ ଡିଜିପି ଏସଡ଼ି ସିଂ ଜମାୱାଲ ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି  । ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ୱାଙ୍ଗଚୁକ ଆମରଣ ଅନଶନରେ ବସିଥିଲେ  । ତେବେ ତାଙ୍କର ପାକିସ୍ତାନ ଲିଙ୍କ ସଂକ୍ରାନ୍ତରେ ପ୍ରମାଣ ମିଳିଥିବା ନେଇ ଲଦାଖ ଡିଜିପି କହିଛନ୍ତି  ।
ଗତ ଶୁକ୍ରବାର ଜାତୀୟ ସୁରକ୍ଷା ଆଇନ୍ ଆଧାରରେ ୱାଙ୍ଗଚୁକଙ୍କୁ ଗିରଫ କରାଯାଇଥିଲା  । ତାଙ୍କୁ ରାଜସ୍ଥାନ ଯୋଧପୁରର କେନ୍ଦ୍ରୀୟ ଜେଲ୍ରେ ରଖାଯାଇଛି  । ଆଜି ଡିଜିପି ଜମାୱାଲ ସାମ୍ବାଦିକମାନଙ୍କୁ କହିଛନ୍ତିଯେ, ପାକିସ୍ତାନର ଜଣେ ଗୁଇନ୍ଦା ଅଧିକାରୀ ନିୟମିତ ଦ୍ଭ ୭ ପୃଷ୍ଠାରେ...ପାକ୍ ସହ ଥିଲା...
ଭାବେ ୱାଙ୍ଗଚୁକଙ୍କ ସମ୍ପର୍କରେ ଥିବା ପୁଲିସ୍ ଜାଣିବାକୁ ପାଇଛି  ।  ଉକ୍ତ ପାକ୍ ଗୁଇନ୍ଦାକୁ ଗିରଫ କରାଯାଇଥିବାବେଳେ ପାକିସ୍ତାନର ଏକ କାର୍ଯ୍ୟକ୍ରମରେ ୱାଙ୍ଗଚୁକ୍ ଯୋଗ ଦେଇଥିଲେ  । ସେହିପରି ବାଂଲାଦେଶ ବି ଯାଇଥିଲେ  । ଯାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଏନେଇ ଅଧିକ ତଦନ୍ତ ଜାରିରହିଛି  । ନେପାଳ ଜେନ୍-ଜେଡ଼ ଆନେ୍ଦାଳନ ଭଳି ୱାଙ୍ଗଚୁକ ଲୋକଙ୍କୁ ଉସକାଇ ଲେହର ବିଜେପି ଅଫିସକୁ ଜାଳି ଦେଇଥିଲେ  । ନିଜ ଭାଷଣରେ ସେ ଆରବ ସ୍ପି୍ରଙ୍ଗ, ନେପାଳ ଓ ବାଂଲାଦେଶର ଉଦାହରଣ ଦେଇ ଉସକାଇଥିବାର ବି ପ୍ରମାଣ ମିଳିଛି  ।