ବାଲି ବୋଝେଇ ଟ୍ରାକ୍ଟର ଜବତ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ତହସିଲ ତଥା ହିଞ୍ଜିଳି ଥାନା ଖରିଡା ଋଷିକୂଲ୍ୟା ନଦୀ ଓ ଆଡପଡା ନିକଟସ୍ଥ ଘୋଡାହାଡ ନଦୀରୁ ବେଆଇନ ବାଲି ଚୋରାଚାଲାଣ ଚାଲିଥିବା ବେଳେ ପୁଲିସ ଚଢାଉ କରିଛି । ଚଢାଉ ସମୟରେ ୩ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଥିବା ବେଳେବେଳେ ଟ୍ରାକ୍ଟର ଚାଳକ ମାନେ ନଦୀ ନିକଟରେ ପୁଲିସକୁ ଦେଖି ଘଟଣା ସ୍ଥଳରୁ ଗାଡି ଛାଡି ଫେରାର ହୋଇଯାଇଥିଲା । ପୁଲିସ ୩ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ୩ଟି ପୃଥକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଆଗାମୀ ଦିନରେ ବେଆଇନ ବାଲି ଚୋରାଚାଲାଣ କରୁଥିବା ଗାଡି ମାଲିକ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି ।