ମାଟ୍ରିକ୍ ପରୀକ୍ଷା ଆରମ୍ଭ: ପରୀକ୍ଷା ଦେଲେ ୧୭୦୮ ଛାତ୍ରଛାତ୍ରୀ 

 ବୁଗୁଡା: ଶିକ୍ଷା ବର୍ଷ ୨୦୨୪-୨୫ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଯାଇଛି  । ବୁଗୁଡା ଗୋଷ୍ଠୀ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ୨୭ଟି ହାଇସ୍କୁଲର ଫର୍ମ ପୂରଣ କରିଥିବା ମୋଟ ୧୭୪୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୭୦୮ ଜଣ ପରୀକ୍ଷା ଦେଇଥିବା ବେଳେ ୩୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ଜଣାଯାଇଛି  । ତେବେ ପରୀକ୍ଷା କେନ୍ଦ୍ରଗୁଡିକ ମଧ୍ୟରୁ ବୀରଧନଞ୍ଜୟପୁରସ୍ଥ ବୁଦ୍ଧଗିରି ବିଦ୍ୟାପୀଠ କେନ୍ଦ୍ରରେ ସର୍ବାଧିକ ୨୧୬ରୁ ୨୧୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବୁଗୁଡ଼ା ପିପୁଲ୍ସ ହାଇସ୍କୁଲ କେନ୍ଦ୍ରରେ ୧୯୦ରୁ ୧୮୫ ଜଣ, ବି.କରଡ଼ାବାଡ଼ି ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠ କେନ୍ଦ୍ରରେ ୧୮୫ରୁ ୧୮୩ ଜଣ, ବାଲିପଦର ହାଇସ୍କୁଲ କେନ୍ଦ୍ରରେ ୨୦୦ରୁ ୧୯୮ ଜଣ , ତାଳସାକର ମହାମାୟୀ ହାଇସ୍କୁଲ କେନ୍ଦ୍ରରେ ୧୮୪ରୁ ୧୮୨  ଜଣ, ପଙ୍କଳବାଡି ରିଜିଓନାଲ ଏଗ୍ରିକଲଚର ହାଇସ୍କୁଲ କେନ୍ଦ୍ରରେ ୧୭୭ ରୁ ୧୭୧ ଜଣ , ବୁଗୁଡ଼ା ଶ୍ରୀ ବିରଞ୍ଚି ନାରାୟଣ ଗାର୍ଲସ୍ ହାଇସ୍କୁଲ କେନ୍ଦ୍ରରେ ୧୮୧ରୁ ୧୭୯ ଜଣ , ପୋଚାଲୁଣ୍ଡି ଗ୍ରାମସ୍ଥ ମା କାଳୀ କୃଷକ ହାଇସ୍କୁଲ କେନ୍ଦ୍ରରେ ୧୫୮ ରୁ ୧୫୭ ଜଣ , ମାଣିତରା ରିଜିଓନାଲ ହାଇସ୍କୁଲ କେନ୍ଦ୍ରରେ ୧୩୭ରୁ ୧୩୫ ଜଣ ଏବଂ କରଚୁଲି ଶକୁନ୍ତଳା ବିଦ୍ୟାପୀଠ କେନ୍ଦ୍ରରେ ସର୍ବନିମ୍ନ ୧୧୫ରୁ ୧୦୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାପଡିଛି ।