ମା’ ମାହେଶ୍ୱରୀ ସେନାର ଜିଲ୍ଲାସ୍ତରୀୟ ବୈଠକ

 ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ମା’ ମାହେଶ୍ୱରୀ ସେନା ତରଫରୁ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାପତି ମନୋଜ କରନ ଏହି ବୈଠକରେ ସଭାପତିତ୍ୱ କରି ଆଗାମୀ ଦିନରେ ମା’ ମାହେଶ୍ୱରୀ ସେନା ଦ୍ୱାରା ହେବାକୁ ଥିବା କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଥିଲେ । ଦିନ କେଇଟା ପରେ ପାଖେଇ ଆସୁଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ସେନା ତରଫରୁ ତୃତୀୟ ବର୍ଷ ପାଇଁ ନୂଆଁଖାଇ ଦିନ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ରେ ମାଗଣା ଖାଦ୍ୟ ବଣ୍ଟନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଆଗକୁ ଖାଦ୍ୟ ବଣ୍ଟନ ସହିତ ବୃକ୍ଷରୋପଣ, ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ଶିବିର କରିବାକୁ ମଧ୍ୟ ନିଷ୍ପତି ହୋଇଛି । ବୈଠକରେ ମା’ ମାହେଶ୍ୱରୀ ସେନାର ସଂପାଦକ ରମାକାନ୍ତ ମେଶ୍ୱା, ଉପସଭାପତି ମନୋଜ ଖମାରୀ, କୋଷାଧ୍ୟକ୍ଷ ଅରୁଣ ପଲତା, ଜିଲ୍ଲା ମୁଖ୍ୟ ପର୍ଯ୍ୟବେକ୍ଷକ ସୁରେଶ କମ୍ପ, ବଲିଆର ସିଂ ବସ୍ତିଆ, ନନ୍ଦଲାଲ ମେଲ୍ଲ, ଅନିଲ ପଳିଆ, ରଞ୍ଜନ ଦନ୍ତା, ହେମନ୍ତ ଛୁରିଆ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ କରିଥିଲେ ।