କାର ଧକ୍କାରେ ଶ୍ରମିକ ମୃତ

ବଲାଙ୍ଗିର  : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଡାକବଙ୍ଗଳା ନିକଟରେ କାର୍ଧକ୍କାରେ ଜଣେ ଶ୍ରମିକଙ୍କ ମୃତୁ୍ୟ ଘଟିଛି  । ବଲାଙ୍ଗୀର-ଭବାନୀପାଟଣା ଜାତୀୟ ରାଜପଥ ୨୬ ରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି  । ମୃତ ବ୍ୟକ୍ତି ଜଣକ ସଇଁତଲା ଥାନା ଜଳିଆ ଗାଁର ଭକ୍ତି ସାହୁ ବୋଲି ଜଣାପଡିଛି  । ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ଦୀର୍ଘ ଦୁଇ ଘଣ୍ଟା ହେବ ଗାଡି ଚଲାଚଳ ବନ୍ଦ ହୋଇ ପଡି ଥିବା ଦେଖିବାକୁ ମିଳିଛି  । ଶ୍ରମିକଙ୍କୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି  ଲୋକଙ୍କୁ ବୁଝାସୁଝା କରୁଛି  । ଅନ୍ୟପଟେ ପୁଲିସ ଶ୍ରମକିଙ୍କୁ ଧକ୍କା ଦେଇଥିବା କାର୍ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି  ।