ମା’ ସମଲେଶ୍ୱରୀଙ୍କ ପ୍ରସାଦ ସେବନ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର/ସମ୍ବଲପୁର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରି ସୌଭାଗ୍ୟ ଲାଭ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ମା’ ସମଲେଶ୍ୱରୀଙ୍କ ପୀଠ ଆମ ଆସ୍ଥା ଓ ବିଶ୍ୱାସର ଅନନ୍ୟ କେନ୍ଦ୍ର । ଆଜି ସମଲେଶ୍ୱରୀ ମନ୍ଦିରରେ ପରିଚାଳନା ବ୍ୟବସ୍ଥା ତରଫରୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ପୁନଃ ପ୍ରଚଳନ ହୋଇଛି । ଆଜିର ଅବସରରରେ ମା’ଙ୍କ ଦର୍ଶନ ଲାଭ କରିବା ସହ ପ୍ରସାଦ ସେବନ କରିବା ମୋର ସୌଭାଗ୍ୟ । ଏଥିପାଇଁ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ସମ୍ବଲପୁର ଗସ୍ତ କାଳରେ ଶ୍ରୀ ପ୍ରଧାନଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।