ତ୍ରିବେଣୀ ମାର୍ଗର ପ୍ରଦର୍ଶନୀ କପ୍ଲେକ୍ସରେ ମାଣ୍ଡିଆ

 ନୂଆଦିଲ୍ଲୀ : ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ତ୍ରିବେଣୀ ରୋଡ୍ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏହି ପ୍ରଦର୍ଶନୀରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ଡିଜିଟାଲ ପ୍ରଦର୍ଶନୀ ମଣ୍ଡପ ସ୍ଥାପନ କରିଛି । ଭାରତ ସରକାରଙ୍କ ସଫଳତା, ଯୋଜନା, ନୀତି ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବା ପାଇଁ କରାଯାଇଛି ଏହି ଡିଜିଟାଲ ପ୍ରଦର୍ଶନୀ ମଣ୍ଡପ । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ପ୍ରକାଶନ ବିଭାଗ ପକ୍ଷରୁ ମଧ୍ୟ ମଣ୍ଡପ କରାଯାଇଛି ।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗର ଷ୍ଟଲରେ ସ୍ଥାନ ପାଇଛି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଲେଖା ଯାଇଥିବା ବହି ଓ ମହାପୁରୁଷଙ୍କ ଜୀବନୀ ଉପରେ ଲେଖା ଯାଇଥିବା ପୁସ୍ତକ ।  
କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଷ୍ଟଲ୍ରେ ମିଳୁଛି ବିଭିନ୍ନ ପ୍ରକାର ମାଣ୍ଡିଆ ଜାତୀୟ ଖାଦ୍ୟ ସାମଗ୍ରୀ, ପନିପରିବା ଓ ବିହନ ।  
ମହାକୁମ୍ଭକୁ ଆସୁଥିବା ହଜାର ହଜାର ଲୋକ ଏହି ସବୁ ଜିନିଷ ଓ ଅନ୍ୟ ଷ୍ଟଲ ବୁଲି ଦେଖୁଛନ୍ତି । ବିଭିନ୍ନ ପ୍ରକାର ଚିତ୍ର, ଫିଲ୍ମ ଜରିଆରେ ଲୋକଙ୍କୁ ଯେଉଁ ସୂଚନା ପ୍ରଦାନ କରାଯାଉଛି, ତାକୁ ସେମାନେ ପ୍ରଶଂସା କରୁଛନ୍ତି ।