ରୋଗିଣା ସ୍ତ୍ରୀକୁ ଟ୍ରଲିରେ ନେଇ କଟକରୁ ସମ୍ବଲପୁର ଯାତ୍ରା

ରୋଗିଣା ସ୍ତ୍ରୀକୁ ଟ୍ରଲିରେ ନେଇ କଟକରୁ ସମ୍ବଲପୁର ଯାତ୍ରା

୧୦ ଦିନ ଭୋକ ଉପାସରେ ଅସହାୟ ଦମ୍ପତି, ସରକାରଙ୍କୁ ଲଜ୍ଜା

                
ଟାଙ୍ଗୀ/ଚୌଦ୍ୱାର : ରାଜ୍ୟ ସରକାର ପକ୍ଷରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ନିମନ୍ତେ ମାଳମାଳ ଯୋଜନା କାର୍ଯ୍ୟକାରୀ ହେଉଛି । ମୁଖ୍ୟ  କୋଟି କୋଟି ଟଙ୍କା ପାଣିଭଳି ଖର୍ଚ୍ଚ କରାଯାଉଛି । ଏଥିସହ ଲୋକେ ସଚେତନ ନିମନ୍ତେ ବ୍ଳକରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ଘନଘନ ବୈଠକ କରାଯାଉଛି ଏତେସବୁ ବାଦବି ସାଧାରଣ ଲୋକଟି ସ୍ୱାସ୍ଥ୍ୟ କ୍ଷେତ୍ରରେ କୌଣସି ସୁବିଧା ପାଉନାହିଁ । ଏପଟେ ସ୍ୱାସ୍ଥ୍ୟମନ୍ତ୍ରୀ କହୁଛନ୍ତି ଡବଲ ଇଞ୍ଜିନ ସରକାରରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି କରାଯାଉଛି ପୂର୍ବ ସରକାର ଯାହା କରିନଥିଲେ ତାହା ଆମ ସରକାର ଲୋକଙ୍କ ସରକାର କରୁଛି । କିନ୍ତୁ ପ୍ରକୃତରେ ମନ୍ତ୍ରୀଙ୍କ କଥା ଖାଲି କଥାରେ ସିମୀତ ହୋଇ ରହିଯାଇଛି । ଏବେବି ଲୋକେ ଠେଲା ରିକ୍ସାର ସାହାରା ନେଇ ସ୍ୱାସ୍ଥ୍ୟକେନ୍ଦ୍ର ଆସୁଛି ଆମ୍ବୁଲାନ୍ସ ତାପାଇଁ ସାତ ସପନ ପାଲଟିଛି । ସ୍ୱାସ୍ଥ୍ୟ ସେବା ନପାଇ ପକ୍ଷଘାତର ଶିକାର ହୋଇ ରୋଗସହ ଲଢୁଥିବା ଦେଖିବାକୁ ମିଳିଛି ସମ୍ବଲପୁରର ବାବୁ ରାଓଙ୍କୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ଅଞ୍ଚଳରୁ, ବାବୁ ରାଓ ନାମକ ବ୍ୟକ୍ତି ଏକ ଟ୍ରଲି ରିକ୍ସାରେ ତାର ପକ୍ଷଘାତ ରୋଗୀଣା ସ୍ତ୍ରୀକୁ କଟକ ଆଣି ଚିକିତ୍ସା କରି ପୁଣି ଟ୍ରଲିରେ ସମ୍ବଲପୁର ନେବା ସମୟରେ ଚୌଦ୍ୱାର ମଙ୍ଗୁଳି ଛକ ନିକଟରେ ରୋଗୀ ତଳକୁ ପଡିଯାଇଥିଲା ଓ ଖଣ୍ଡିଆ ଖାବରା ହୋଇଥିଲା, ମୁଣ୍ଡରୁ ରକ୍ତ ବାହାରିଲା, ସେଠାରୁ ତାକୁ ଚିକିତ୍ସା ନିମନ୍ତେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ତାର ଚିକତ୍ସା କରି ସେହି ଟ୍ରଲିରେ ସମ୍ବଲପୁର ଅଭିମୁଖେ ବାହାରିଥିଲେ ରାଓ । ଏହି ଖବର ଜାଣିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯିବା ସହ ସରକାରଙ୍କ ପାରିବା ପଣିଆ ଉପରେ ଲୋକେ ପ୍ରଶ୍ନ କରିଛନ୍ତି । ରାଓ ନିଜ ସ୍ତ୍ରୀର ପକ୍ଷଘାତ ଶିକାର ଚିକିତ୍ସା ସମ୍ବଲପୁରରେ କରିଥିଲେ କିନ୍ତୁ ସେଠାରେ ସୁଧାର ନଆସିବାରୁ ଉନ୍ନତ ଚିକିତ୍ସା ନିମନ୍ତେ ଟ୍ରଲିରିକ୍ସାରେ୧୦ ଦିନ ଜାତୀୟ ରାଜପଥରେ ଯାତ୍ରା କରି କଟକ ବଡଡାକ୍ତରଖାନାକୁ ଆଣିଥିଲେ । ପରେ ସ୍ତ୍ରୀର ଚିକିତ୍ସା ସରିବା ପରେ ପୁଣି କଟକରୁ ସମ୍ବଲପୁର ୩୦୦ କିମି ଯାତ୍ରା କରିବାକୁ ବାହାରିଥିଲେ । କିନ୍ତୁ ଏଥିମଧ୍ୟରେ ବିଭିନ୍ନ ଅଞ୍ଚଳ ଦେଇ ଯାଇଥିଲେ କିନ୍ତୁ ପ୍ରଶାସନ ପାଖରେ ଖବର ପହଁଞ୍ଚି ପାରିନଥିଲା ଅସହାୟ ଗରିବ ଲୋକର । ଯାହାକି ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ପଦାରେ ପକାଇଛି । ଏହି ଖବର ଜାଣିବା ପରେ ଟାଙ୍ଗୀର କିଛି ବଦାନ୍ୟ ବ୍ୟକ୍ତି ରାଓକୁ ଆର୍ଥିକ ସାହାର୍ଯ୍ୟ ଯୋଗାଇଥିଲେ । ଦେଖିବାକୁ ବାକି ରହିଲା କଟକ ରୁ ସମ୍ବଲପୁର ଯିବା ମଧ୍ୟରେ ପ୍ରଶାସନର ନିଦ ଭାଙ୍ଗୁଛି ନା ନାହିଁ ।