ଭୂକମ୍ପ ଝଟ୍କାରେ ଥରିଲା କୋଲକାତା
ନୂଆଦିଲ୍ଲୀ : ଭୂକମ୍ପ ଝଟ୍କାରେ ଥରିଲା କୋଲକାତା । ଆଜି ସକାଳ ୧୦ଟା ୧୦ରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳ ବାଂଲାଦେଶର ଟୁଙ୍ଗୀରେ ଥିଲାବେଳେ ରିକ୍ଟର ସ୍କଲରେ ଏହାର ତୀବ୍ରତା ୫.୫ ରେକର୍ଡ ହୋଇଛି । ଭୂକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ । ଏହି କମ୍ପନରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।
ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ, ଭାରତର ପଡ଼ଶୀ ଦେଶ ବାଂଲାଦେଶରେ ୫.୫ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି, ଯାହାର ଝଟକା ଭାରତର ପଶ୍ଚିମ ବଙ୍ଗ ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଢାକାର ରାଜଧାନୀ ନରସିଙ୍ଗଡିରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୧୩ କିଲୋମିଟର ଦୂରରେ ୧୦କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା, ଯାହା ଫଳରେ ଭାରତ ପର୍ଯ୍ୟନ୍ତ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ବାଂଲାଦେଶରେ କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତି ହୋଇ ନଥିବା ବେଳେ, ଏହି ଭୂମିକମ୍ପ ଲୋକଙ୍କୁ ଭୟଭୀତ କରି ଦେଇଥିଲା ।