ଲାଞ୍ଜିଗଡ଼ରେ ଷ୍ଟ୍ରବେରୀ ଚାଷ, ଚାଷୀ ହସହସ

ଲାଞ୍ଜିଗଡ଼:  ଭାରତର ଅଗ୍ରଣୀ ସ୍ମେଲ୍ଟର-ଗ୍ରେଡ୍ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଲାଞ୍ଜିଗଡ଼, ପ୍ରକଳ୍ପ ସଙ୍ଗମ ମାଧ୍ୟମରେ ସ୍ଥାୟୀ ଜୀବିକା ନିର୍ବାହ ପାଇଁ କାଲାହାଣ୍ଡିରେ ଏକ ପରିବର୍ତ୍ତନଶୀଳ କୃଷି ପଦକ୍ଷେପ ଗ୍ରହଣ କରିଛି । କମ୍ପାନୀ ପ୍ରରୋଚନାରେ ଚାଷୀମାନେ ସଫଳତାର ସହ ଷ୍ଟ୍ରବେରୀ ଚାଷ ଆରମ୍ଭ କରିଛନ୍ତି । ଯାହା ସ୍ଥାନୀୟ କୃଷକମାନଙ୍କୁ ଏକ ଲାଭଜନକ ଫସଲ ଉତ୍ପାଦନର ସୁଯୋଗ ଦେବା ସହ  ଅଞ୍ଚଳର କୃଷି ବିକାଶରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି ।
ରାଜ୍ୟ ଉଦ୍ୟାନ ବିଭାଗ ସହଯୋଗରେ କାର୍ଯ୍ୟକାରୀ ହୋଇଥିବା ଏହି ଅଗ୍ରଣୀ ପଦକ୍ଷେପ ଅନେକ କୃଷକଙ୍କୁ ଷ୍ଟ୍ରବେରୀ ଚାଷ ପାଇଁ ତାଲିମ ଏବଂ ସଶକ୍ତ କରୁଛି, ଯାହା ସେମାନଙ୍କୁ ଦୃଢ଼ ବଜାର ସମ୍ଭାବନା ସହିତ ଏକ ଉଚ୍ଚ ମୂଲ୍ୟର ଫସଲ ଉତ୍ପାଦନରେ ସହାୟତା ପ୍ରଦାନ କରୁଛି । ଏହି ପଦକ୍ଷେପର ଗୁରୁତ୍ୱ ବିଷୟରେ ବେଦାନ୍ତ ଆଲୁମିନା ବିଜନେସର ସିଇଓ ପ୍ରଣବ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଆମେ ପ୍ରକଳ୍ପ ସଙ୍ଗମ ଭଳି ପରିବର୍ତ୍ତନଶୀଳ ପଦକ୍ଷେପ ମାଧ୍ୟମରେ ସ୍ଥାୟୀ ଜୀବିକା ନିର୍ବାହ ଏବଂ ସମ୍ପ୍ରଦାୟଗୁଡ଼ିକୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଆଧୁନିକ କୃଷି ପଦ୍ଧତିର ପ୍ରଚଳନ ଦ୍ୱାରା ଆମେ କୃଷକଙ୍କୁ ସେମାନଙ୍କର ଉତ୍ପାଦକତା ଏବଂ ସାମାଜିକ-ଆର୍ଥିକ କଲ୍ୟାଣ ବୃଦ୍ଧି କରିବାରେ ସକ୍ଷମ କରୁଛୁ । କଳାହାଣ୍ଡି ଉଦ୍ୟାନ କୃଷି ଉପ ନିଦେ୍ର୍ଦଶକ ବିଷ୍ଣୁ ପ୍ରସାଦ ସିଂହ କହିଛନ୍ତି ଯେ ବେଦାନ୍ତ ଲାଞ୍ଜିଗଡ଼ର ସହଯୋଗ ଏବଂ ସମର୍ଥନ ଦ୍ୱାରା ଷ୍ଟ୍ରବେରୀ ଚାଷ ଆରମ୍ଭ ଏକ ଉଲ୍ଲେଖନୀୟ ସଫଳତା ପାଇଛି । ସ୍ଥାୟୀ ଜୀବିକା ନିର୍ବାହ ପାଇଁ କୃଷି ପଦକ୍ଷେପରେ ବେଦାନ୍ତର ଗୁରୁତ୍ୱପୂର୍ଣ୍ଣ ହସ୍ତକ୍ଷେପ ବାସ୍ତବରେ ପ୍ରଶଂସନୀୟ ।
ସଙ୍ଗମ ପ୍ରକଳ୍ପ ଦ୍ୱାରା ୧୨୦୦ରୁ ଅଧିକ ସଦସ୍ୟଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଛି, ଯାହାଦ୍ୱାରା ସେମାନେ ବିବିଧ କୃଷି କ୍ଷେତ୍ରକୁ ଅଧିକରୁ ଅଧିକ ଉନ୍ମୁକ୍ତ ହୋଇପାରିଛନ୍ତି । ଏହି ପଦକ୍ଷେପର ଅଂଶବିଶେଷ ସ୍ୱରୂପ, କାଲାହାଣ୍ଡିର କୃଷକମାନେ ବୈଜ୍ଞାନିକ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଗ୍ରହଣ କରୁଛନ୍ତି, ଯାହାଦ୍ୱାରା ସେମାନଙ୍କର ଉତ୍ପାଦକତା ଏବଂ ଆୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଉଛି । ଏହି ପଦକ୍ଷେପ ଫଳରେ ୯.୬ ଏକର ଜମିରେ ପନିପରିବା ଚାଷ କାର୍ଯ୍ୟାନ୍ୱୟନ କରାଯାଇଛି, ୨୦ ଏକର ଗେଣ୍ଡୁ ଚାଷ କରାଯାଇଛି ଏବଂ ୧୮.୫ ଏକର ଜମିରେ ଆମ୍ବ ବଗିଚା ବିକଶିତ ହୋଇଛି, ଯାହା କୃଷକମାନଙ୍କ ପାଇଁ ଦୀର୍ଘକାଳୀନ ଲାଭ ସୁନିଶ୍ଚିତ କରିଛି ।