"ଲୋକ ସଂସ୍କୃତି ହିଁ ଆମର ପଥ ପ୍ରଦର୍ଶକ'
ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ମିନି ଷ୍ଟାଡିୟମ ଠାରେ ତୃତୀୟ ବିମଲେଇ ମହୋସôବର ଦ୍ୱିତୀୟ ଦିବସର ସାଂଧ୍ୟା ଅଧିବେଶନ ମହୋସôବର ସଭାପତି ଭରତଭୂଷଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟଅତିଥି ଭାବେ ଚାଷୀ ନେତା ଅରୁଣ ମିଶ୍ର ଯୋଗଦେଇ ଆମର ଲୋକ ସଂସ୍କୃତି ହିଁ ଆମର ପ୍ରଧାନ ପଥ ପ୍ରଦର୍ଶକ ବୋଲି କହିବା ସହ ଶିଷ୍ଟ ପରଂପରା ପଛରେ ଲୋକ ସଂସ୍କୃତିର ବଳିଷ୍ଠ ଭୂମିକା ରହିଛି ବୋଲି କହିଥିଲେ । ସମାଜ ହିଁ ଲୋକ ସଂସ୍କୃତିର ଆଶ୍ରୟ ସ୍ଥଳ ବୋଲି ନିଜ ବକ୍ତବ୍ୟରେ କହିବା ସହ ବିମଲେଇ ମହୋସôବର ଆୟୋଜକ ବଂଧୁମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ମଧୁସୂଦନ ପ୍ରଧାନ ଯୋଗଦେଇ ମାନବ ସମାଜର ସମଷ୍ଟିଗତ ଆତ୍ମପ୍ରକାଶ ହେଉଛି ଲୋକସଂସ୍କୃତି ବୋଲି କହିବା ସହ ଏଭଳି ମହୋସôବ ଲୋକମାନଙ୍କୁ ଭାତୃତ୍ୱ ବନ୍ଧନରେ ବାନ୍ଧି ରଖିଛି ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ବିଲେଇସର୍ଡା ସରପଞ୍ଚ ସୁଶାନ୍ତ ଛତ୍ରିଆ, ଅଭିନେତା ରାଜକିଶୋର ପାଇକ, ଶୁଶୀଲ ପଧାନ ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟରେ ଆମ ପରଂପରା ଓ ସଂସ୍କୃତିକୁ ବଂଚାଇ ରଖି ବିକାଶ ପଥରେ ଆଗେଇବା ହିଁ ଆମ ଲକ୍ଷ୍ୟ ହେବା ଉଚିତ ବୋଲି କହିଥିଲେ । ଜ୍ୟୋତିପ୍ରକାଶ ସାହୁ କାର୍ଯ୍ୟକ୍ରମର ସଂଯୋଜନା ଓ ଅନିଲ ପଣ୍ଡା ଧନ୍ୟବାଦ ଦେଇଥିଲେ ।