ଫ୍ରେଣ୍ଡସ୍ କ୍ଲବ୍ ରାଜ୍ୟ ଫୁଟ୍ବଲ୍ ପ୍ରତିଯୋଗିତା: ହୀନ ରାଜନୀତି ପଡ଼ିଆର ବିକାଶରେ ବାଧକ ସାଜିଲା: ନରସିଂହ
ବଲାଙ୍ଗିର : ଆଜି ପୃଥ୍ୱୀରାଜ ହାଇସ୍କୁଲ ପଡିଆରେ ପ୍ରେଣ୍ଡସ୍ କ୍ଲବ୍ ଆନୁକୁଲ୍ୟରେ ଦ୍ୱିତୀୟ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଫୁଟବଲ୍ ପ୍ରତିଯୋଗିତାରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ନିଜ ବକ୍ତବ୍ୟରେ କହିଥିଲେ କି, "ପୃଥ୍ୱୀରାଜ ହାଇସ୍କୁଲ ଶିକ୍ଷା ସାଙ୍ଗକୁ କ୍ରୀଡା କ୍ଷେତ୍ରରେ ମଧ୍ୟ ସୁନାମ ଅର୍ଜନ କରିବ । ଏହି ଲକ୍ଷ୍ୟରେ ଏହି ପଡ଼ିଆକୁ ଗତ ୧୦ ବର୍ଷ ଭିତରେ ବିକାଶ କରାଯାଇଛି । ପଡ଼ିଆର ପଶ୍ଚିମ ପଟରେ ଏକ ସୁଦୃଶ୍ୟ ବ୍ୟାଡ ମିଣ୍ଟନ ଇନ୍ଡୋର ଷ୍ଟାଡିୟମ ସାରା ରାଜ୍ୟରେ ଖ୍ୟାତି କରିଛି । ଫୁଟବଲ ପଡିଆରେ ମଧ୍ୟ ଉନ୍ନତିକରଣ ପାଇଁ ଏକ ସୁଦୃଶ୍ୟ ଗ୍ୟାଲେରି ନିର୍ମାଣ ହୋଇପାରିଛି । କିନ୍ତୁ ଏହା ଏକ ପୂର୍ଣ୍ଣାଙ୍ଗ ଷ୍ଟାଡିୟମରେ ପରିଣତ କରିବା ପାଇଁ ଏକ ସୁଇମିଂ ପୁଲ୍, ଆଉଟଡୋର ଜିମ୍, ହଷ୍ଟେଲ ସାଙ୍ଗକୁ ଫୁଟ୍ବଲ୍ ପଡ଼ିଆରେ ସବୁଜ ଘାସ ଓ ପାଣି ସିିଞ୍ଜନ କରିବାର ବ୍ୟବସ୍ଥା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇସାରିଥିଲା । ଗତ ସରକାର ଅମଳରେ ହୀନ ରାଜନୀତି ପଶି ସେହି ସବୁ ପ୍ରକଳ୍ପ ନିର୍ମାଣରେ ବାଧା ସୃଷ୍ଟି କରାଯାଇଛି । କିନ୍ତୁ ବର୍ତ୍ତମାନ ସରକାର ବଦଳି ସାରିଛି । ମୁଁ ଦୃଢ ନିଶ୍ଚିତ ଆମେ ପୁଣି ଉଦ୍ୟମ କରିବା ଆଗାମୀ ବର୍ଷ ଭିତରେ ଯେମିତି ଏ ଅଟକିଥିବା ପ୍ରକଳ୍ପ ସବୁ ଆରମ୍ଭ ହୋଇ ପୃଥ୍ୱୀରାଜ ହାଇସ୍କୁଲ ପଡ଼ିଆ ଏକ ପୁର୍ଣ୍ଣାଙ୍ଗ ଷ୍ଟାଡିୟମରେ ପରିଣତ ହୋଇପାରିବ । ସେ ଏହା ମଧ୍ୟ କହିଛନ୍ତି ଯେ, କ୍ରୀଡାକୁ ରାଜନୀତିର ଉଦ୍ଧ୍ୱର୍ରେ ରଖାଯାଉ । ଏହି ଖେଳ ପଡିଆ ଯେପରି ସ୍କୁଲ ପିଲାମାନଙ୍କ କ୍ରୀଡାର ବିକାଶ ରେ କାମ ଦେବା ସାଙ୍ଗରେ ସାଧାରଣ ଲୋକଙ୍କ କ୍ରୀଡା କୋ÷÷ଶଳ ବିକାଶ ପାଇଁ ଉପଲବ୍ଧ ରହିବ ସେଥିପ୍ରତି ସମସ୍ତେ ଯନôବାନ ହେବା ଦରକାର । ଏହି ମ୍ୟାଚ୍ରେ ସେମି ଫାଇନାଲ କଟକ ଦଳ ଭୁବନେଶ୍ୱର ଦଳକୁ ୧-୦ ରେ ପରାସ୍ତ କରି ଫାଇନାଲକୁ ପହଞ୍ଚôଛି । ଲୋଟସ ଷଡଙ୍ଗିଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ହରିନାରାୟଣ ପୁଜାରୀ, ଗାନ୍ଧୀ କ୍ଲବ୍ ସଭାପତି ରାମଚନ୍ଦ୍ର ପୁରୋହିତ, ପ୍ରଫେସର ଶିବ ନନ୍ଦ ପ୍ରମୁଖ ମଞ୍ଚାସିନ ଥିଲେ ।