ସି ବାୟୋଟେକ୍ନୋଲୋଜି ପରୀକ୍ଷାଗାର ଉଦଘାଟିତ
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଇନଷ୍ଟିଚୁ୍ୟଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲ୍ଏସ୍)ଠାରେ ଏକ ଅତ୍ୟାଧୁନିକ ସାମୁଦ୍ରିକ (ସି) ବାୟୋଟେକ୍ନୋଲୋଜି ଲାବୋରେଟୋରୀ ଉଦ୍ଘାଟିତ ହୋଇଛି । ବାୟୋଟେକ୍ନୋଲୋଜି ବିଭାଗ(ଡିବିଟି)ର ସଚିବ ପ୍ରଫେସର ରାଜେଶ ଗୋଖଲେ ଏହାକୁ ଉଦ୍ଘାଟନ କରି ସ୍ୱାସ୍ଥ୍ୟ ଏବଂ ଶିଳ୍ପ ପାଇଁ ସାମୁଦ୍ରିକ ଜୈବ ସମ୍ବଳର ନିରନ୍ତର ଉପଯୋଗ ଉଦେ୍ଦଶ୍ୟରେ ଅନୁଷ୍ଠାନର ମିଶନକୁ ଏହି ଲାବୋରେଟୋରୀ ଅତ୍ୟନ୍ତ ସହଯୋଗୀ ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ପ୍ରଫେସର ଗୋଖଲେ ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରି ବାୟୋପ୍ରୋସ୍ପକ୍ଟିଂରେ ମଲ୍ଟି-ଓଏମ୍ଆଇସିଏସ୍ ଏବଂ କମ୍ପୁ୍ୟଟେସନଲ ପଦ୍ଧତିର ପରିବର୍ତ୍ତନକାରୀ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ।
ପ୍ରଫେସର ଗୋଖଲେ ନିକଟରେ ଆରମ୍ଭ ହୋଇଥିବା ବାୟୋ-ଇ-୩ ନୀତି ଉପରେ ଆଲୋକପାତ କରିଥିଲେ । ଯାହା ଓଡ଼ିଶା ପରି ଉପକୂଳ ଅର୍ଥନୀତିରେ ବିପ୍ଳବ ଆଣିବା ପାଇଁ ପ୍ରସ୍ତୁତ କରାଯାଇଛି । ଏହି ନୀତିର ଉଦେ୍ଦଶ୍ୟ ହେଉଛି ଉଦ୍ଭାବନକୁ ପ୍ରୋସôାହିତ କରିବା, ଗ୍ରୀନ୍ ଇକୋନୋମିକ ପଦକ୍ଷେପକୁ ତ୍ୱରାନ୍ୱିତ କରିବା ଏବଂ ଉପକୂଳ ଅଞ୍ଚଳରେ ପରିପୂରକ ବିକାଶକୁ ପ୍ରୋସôାହିତ କରିବା । ଏହାସହ ଭାରତକୁ ସାମୁଦ୍ରିକ ଜୈବ ପ୍ରଯୁକ୍ତି ବିଦ୍ୟାରେ ଅଗ୍ରଣୀ ସ୍ଥାନରେ ରଖିବା । ଏହି ଗସ୍ତ ଅବସରରେ ପ୍ରଫେସର ଗୋଖଲେ "ଭାରତରେ ସାମୁଦ୍ରିକ ଜୈବ ବିଜ୍ଞାନର ଆହ୍ୱାନ ଏବଂ ସୁଯୋଗ’ ଶୀର୍ଷକ ଏକ ବୈଠକରେ ଅଂଶଗ୍ରହଣ କରିଥିଲେ । ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଲାଇଫ୍ ସାଇନ୍ସର ନିଦେ୍ର୍ଦଶକ ଡ. ଦେବାଶିଷ ଦାଶ ପ୍ରଫେସର ଗୋଖଲେଙ୍କୁ ସ୍ୱାଗତ କରିବା ସହ ଅନୁଷ୍ଠାନର ରଣନୈତିକ ଯୋଜନା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।